Latest Odisha News

BREAKING NEWS

ନୂଆପଡାରୁ ୧ କୋଟି ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଅବକାରୀ ସାମଗ୍ରୀ ଜବତ

ନୂଆପଡା: ଚଳିତ ମାସ ୧୧ ତାରିଖରେ ଅନୁଷ୍ଠିତ ହେବ ନୂଆପଡା ଉପନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ଜ଼ିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗକୁ ଅବକାରୀ ସାମଗ୍ରୀର ତଲାସୀ ପ୍ରକ୍ରିୟାକୁ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଦର୍ଶ ଆଚରଣ ବିଧି ଲାଗୁ…

Board Exam: ଆସନ୍ତାକାଲିଠୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ

କଟକ: ଆସନ୍ତାକାଲି ଠାରୁ ଅର୍ଥାତ୍ ନଭେମ୍ବର ୧୨ ତାରିଖରୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଅନଲାଇନରେ ଫର୍ମ ପୂରଣ ଆରମ୍ଭ ହେବ । ଏନେଇ ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଫର୍ମ ପୂରଣର ଶେଷ…

ଚଳଚ୍ଚିତ୍ର ‘ମହିମା ଅଲେଖ’ ଭାରତୀୟ ପାନୋରମାରେ ପ୍ରଦର୍ଶନ ପାଇଁ ମନୋନୀତ

ଭୁବନେଶ୍ୱର: 'ମହିମା ଅଲେଖ' ଆଗାମୀ ୫୬ତମ ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (IFFI)ର ସମ୍ମାନଜନକ ଭାରତୀୟ ପାନୋରମାରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି । ଏହାର ନିର୍ଦ୍ଦେଶକ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ହିମାଂଶୁ ଶେଖର ଖଟୁଆ । ଓଡିଶାରେ ଜନ୍ମିତ ମହିମା…

‘ଏକାମ୍ର ୱାକ୍‌ସ’ର ୯ମ ସଂସ୍କରଣ ଶୁଭାରମ୍ଭ: ଐତିହ୍ୟ ପାଳନ ଓ ସ୍ୱଚ୍ଛତାକୁ ପ୍ରୋତ୍ସାହନ

ଭୁବନେଶ୍ବର: ଇଣ୍ଡିଆନ ରୋଡ୍ କଂଗ୍ରେସର (ଆଇଆରସି) ଅବସରରେ 'ଐତିହ୍ୟ ପାଳନ କରନ୍ତୁ, ଭୁବନେଶ୍ବରକୁ ସଫା ରଖନ୍ତୁ ।' ଶୀର୍ଷକ ବାର୍ତ୍ତାକୁ ନେଇ 'ଏକାମ୍ର ୱାକ୍‌ସ'ର ୯ମ ସଂସ୍କରଣ ଶୁଭାରମ୍ଭ ହୋଇଯାଇଛି । ଶୁକ୍ରବାର ଜନତା ମଇଦାନ ଠାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ଭୁବନେଶ୍ୱର ମହାନଗର…

ଓଡିଶାରେ ଗଡିବ ହାଇଡ୍ରୋଜେନ ଯାନ: କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଜୟରାମ ଗଡକରୀଙ୍କ ଦ୍ୱାରା ୮୪ତମ ଭାରତୀୟ ସଡକ କଂଗ୍ରେସ ସମାବେଶ ଉଦଘାଟନ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଓଡିଶା ପାଇଁ ୧୦୦୦ କୋଟି ଟଙ୍କାର…

ନୂଆପଡାରେ ସରକାରଙ୍କୁ ଧୋଇଲେ ନବୀନ, ଏମିତି କଲେ ଟାର୍ଗେଟ…

ନୂଆପଡା: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଦିନିକିଆ ନୂଆପଡା ଗସ୍ତରେ ଯାଇ ସେଠାରେ ମାରାଥନ୍‌ ନିର୍ବାଚନ ପ୍ରଚାର କରିଛନ୍ତି । ଦୀର୍ଘ ତିନି ଘଣ୍ଟା ଧରି ଖରିଆର ରୋଡ ଓ ନୂଆପଡାରେ ବିଶାଳ ରୋଡ ଶୋ ରେ ଯୋଗ ଦେଇ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ…

ଧୋନୀ ଖେଳିବେ କି ନାହିଁ ବଡ ସଙ୍କେତ ଦେଲେ ଚେନ୍ନାଇ ସିଇଓ

ଚେନ୍ନାଇ: ଆଇପିଏଲ ୨୦୨୬ ଆରମ୍ଭ ହେବାକୁ ବେଶ କିଛି ଦିନ ବାକି ରହିଛି । ଏବେଠାରୁ ଆଇପିଏଲ ନେଇ ଅନେକ ଖବର ସମ୍ମୁଖକୁ ଆସୁଛି । ମହେନ୍ଦ୍ର ସିଂ ଧୋନୀ ଆଗାମୀ ଆଇପିଏଲ ଖେଳିବେ କି ନାହିଁ ତାହା ବେଶ ଆଲୋଚନାର ବିଷୟ ହୋଇଛି । ଏବେ ଚେନ୍ନାଇ ସିଇଓ କାଶୀ ବିଶ୍ୱନାଥ ଏ ନେଇ ବଡ ସଙ୍କେତ ଦେଇଛନ୍ତି ।…

ଭୋଟ ଗ୍ରହଣ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ଉପରେ କଟକଣା

ଭୁବନେଶ୍ବର: ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ମତଦାନ…

ଚେନ୍ନାଇ ସୁପର କିଙ୍ଗସରେ ହୋଇପାରେ ସଞ୍ଜୁଙ୍କ ଏଂଟ୍ରି

ନୂଆଦିଲ୍ଲୀ: ଆଇପିଏଲର ଆଗାମୀ ସିଜନରେ ସଞ୍ଜୁ ସାମସନ ନୂଆ ଟିମକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ସାମସନଙ୍କୁ ନେଇ ରାଜସ୍ଥାନ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଲୋଚନା ଚାଲିଥିଲେ ମଧ୍ୟ ଏବେ ଏଥିରେ ସିଏସକେର ଏଂଟ୍ରି ହୋଇଛି । କ୍ରିକବିଜ ରିପୋର୍ଟ ଅନୁସାରେ ରାଜସ୍ଥାନ ଓ ଚେନ୍ନାଇ…

ବ୍ରିସବେନରେ ଭାରତ ରଚିପାରେ ବିଶ୍ୱରେକର୍ଡ

ବ୍ରିସବେନ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ସିିରିଜର ଅନ୍ତିମ ମୁକାବିଲା ବ୍ରିସବେନରେ ଖେଳାଯିବ । ୨-୧ରେ ଅଗ୍ରଣୀ ଥିବା ଭାରତ ସିରିଜ ଜିତିବା ଲକ୍ଷ୍ୟରେ ରହିବ । ଅପରପକ୍ଷରେ ଅଷ୍ଟ୍ରେଲିଆ ସିରିଜ ବରାବର କରିବା ପାଇଁ ଚାହିଁବ । ବ୍ରିସବେନରେ ଭାରତ ନିକଟରେ ଏକ ବିଶ୍ୱରେକର୍ଡ…