Latest Odisha News

BREAKING NEWS

ୱାୟନାଡରେ ରାହୁଲଙ୍କ ବିରୋଧରେ ପ୍ରାର୍ଥୀ କିଏ, ବଢ଼ିବ କି ଇଣ୍ଡିଆ ମେଣ୍ଟର ଫାଟ?

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଆନୁଷ୍ଠାନିକ ଭାବେ ୩୯ ଜଣପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ସ୍ଥାନ ପାଇଥିବା ଉଲ୍ଲେଖନୀୟ ନାମ ମଧ୍ୟରେ ଅଛନ୍ତି ରାହୁଲ ଗାନ୍ଧି, ଯିଏ କି ପୁଣି ଥରେ କେରଳର ୱାୟନାଡରୁ ନିର୍ବାଚନ ଲଢ଼ିବେ। ଏହି ନିର୍ବାଚନ…

ଶିବରାତ୍ରୀରେ ନଦୀରୁ ଉଦ୍ଧାର ହେଲା ଧାତବ ସାପ ଓ ୨ଟି ଷଣ୍ଢ ମୂର୍ତ୍ତି

କଟକ: ବାଙ୍କୀ ସ୍ଥିତ ମହାନଦୀ ପଠାରୁ ୫୦ରୁ ଅଧିକ ଧାତବ ସାପ ଓ ୨ଟି ଷଣ୍ଢ ମୂର୍ତ୍ତି ଉଦ୍ଧାର କରାଯାଇଛି। ବିଶେଷ କରି ମହାଶିବରାତ୍ରୀ ପବିତ୍ର ଅବସରରେ ଏହା ମିଳିବା ଆଶ୍ଚର୍ଯ୍ୟଜନକ କରିଛି। ଏହି ଖବର ପ୍ରଚାରିତ ହେବା ପରେ ଆଖପାଖ ଅଞ୍ଚଳରୁ ଶତାଧିକ ଲୋକ ଏହି ଉଲ୍ଲେଖନୀୟ ମୂର୍ତ୍ତିଗୁଡ଼ିକର ଏକ…

ଛିଣ୍ଡିଲାନି ମେଣ୍ଟ ଗଣିତ? ଏକାକୀ ବିଜେପି ନିର୍ବାଚନ ଲଢ଼ିବ କହିଲେ ମନମୋହନ ସାମଲ

ଭୁବନେଶ୍ୱର: ଦିଲ୍ଲୀରୁ ଫେରିଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଦିଲ୍ଲୀ ଗସ୍ତ ସମୟରେ ମେଣ୍ଟ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। ଯାହା ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଓ ବିଜୁ ଜନତା ଦଳ ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ନେଇ ଯେଉଁ କଳ୍ପନାଜଳ୍ପନା…

ସମ୍ଭାବ୍ୟ ବିଜେଡି-ବିଜେପି ମେଣ୍ଟ ଘୋଷଣା ବିଳମ୍ବ ପଛର କାରଣ କ’ଣ?

ଭୁବନେଶ୍ୱର: ଓଡ଼ିଶାରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଗତ ଦୁଇ ଦିନ ହେବ କଳ୍ପନାଜଳ୍ପନା ଜୋର ଧରିଛି। ତେବେ ଏହି ମେଣ୍ଟକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ…

ପଦାର୍ପଣ ଟେଷ୍ଟରେ ଭାରତ ପକ୍ଷରୁ ୩୬ ବର୍ଷ ପରେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କଲେ ଦେବଦତ

ଧର୍ମଶାଳା: ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟରେ ଭାରତର ଦେବଦତ ପାଡିକଲ ଆନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ପଦାର୍ପଣ ସହ ଏକ ବଡ ଉପଲବ୍ଧି ମଧ୍ୟ ହାସଲ କରିଛନ୍ତି । ପାଖାପାଖି ୩୬ ବର୍ଷ ପରେ ସେ ଭାରତ ପକ୍ଷରୁ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ପଦାର୍ପଣ…

ନୀତେଶଙ୍କ ଫିଲ୍ମ ରାମାୟଣ ୩ଟି ଭାଗରେ ହେବ

ମୁମ୍ବାଇ: ନୀତେଶ ତିୱାରୀ ରାମାୟଣ ଫିଲ୍ମକୁ ଭବ୍ୟ ଆକାରରେ ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । କେତେକ ମିଡିଆ ରିପୋର୍ଟରେ ପ୍ରକାଶିତ ଖବର ଅନୁସାରେ ସେ ରାମାୟଣକୁ ୩ଟି ପାର୍ଟରେ କରିବାକୁ ଯାଉଛନ୍ତି । ପ୍ରଥମ ଭାଗରେ ସୀତା ହରଣ ପର୍ଯ୍ୟନ୍ତ କାହାଣୀ ରହିବ । ସେ…

ରୋହିତ, ଶୁଭମନଙ୍କ ଶତକ: ଭାରତକୁ ୨୫୫ ରନର ଅଗ୍ରଣୀ

ଧର୍ମଶାଳା: ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟରେ ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଶତକ ବଳରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଭରାଲ ୨୫୫ ରନର ଅଗ୍ରଣୀ ହାସଲ କରି ନେଇଛି । ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୧୮ ରନ ଜବାବରେ ଭାରତ ୮ ୱିକେଟ ବିନିମୟରେ ୪୭୩ ରନ ସଂଗ୍ରହ କରିଛି । ରୋହିତ ୧୦୩ ଓ…

ଇଣ୍ଡିଆ ମେଣ୍ଟରୁ ଅଲଗା ହେବାକୁ ଘୋଷଣା କଲେ ପିଡିପି ମୁଖ୍ୟ

ଶ୍ରୀନଗର: ଇଣ୍ଡିଆ ମେଣ୍ଟରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛି ମେହବୁବା ମୁଫତିଙ୍କ ଦଳ ପିଡିପି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ମେହବୁବା ମୁଫତି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, 'ବିଜେପିକୁ ପରାସ୍ତ କରିବାକୁ ସେ ଏକାଠି ନିର୍ବାଚନ ଲଢିବାକୁ ଚାହାନ୍ତି, କିନ୍ତୁ ଜାତୀୟ ସମ୍ମିଳନୀର…

‘ଗାନ୍ଧୀ ପରିବାର ନିର୍ବାଚନ ଲଢିଲେ ତାଙ୍କ ପାଇଁ ଅନନ୍ତନାଗ ଆସନ ଛାଡିଦେବି’

ଶ୍ରୀନଗର: ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଲଦାଖ ଆସନରେ କଂଗ୍ରେସ ସହ ଏକ ଚୁକ୍ତି କରିଛନ୍ତି ବୋଲି ଦାବି କରିଛନ୍ତି । ସେ କହିଛନ୍ତି ଯେ, ଯଦି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ କିମ୍ବା ପ୍ରିୟଙ୍କା ଗାନ୍ଧୀ ଅନନ୍ତନାଗରୁ ନିର୍ବାଚନ ଲଢନ୍ତି, ତେବେ ସେ ସେମାନଙ୍କ ପାଇଁ ଏହି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ହିନ୍ଦୁ ସେନା ପକ୍ଷରୁ ଦାବି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ହିନ୍ଦୁ ସେନା ଦାବି କରିଛି। ହିନ୍ଦୁ ସେନାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ନୋବେଲ ଫାଉଣ୍ଡେସନକୁ ଏକ ଚିଠି ପଠାଇଛନ୍ତି। ଏହି ଚିଠିକୁ ସରକାରୀ ଇମେଲ ଆଇଡି ଏବଂ ଫାଉଣ୍ଡେସନର ଠିକଣାକୁ…