Latest Odisha News

BREAKING NEWS

ଦୁର୍ଗା ପୂଜା ଅବସରରେ ରାଜ୍ୟବାସୀଙ୍କୁ ବିରୋଧୀ ଦଳ ନେତାଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପବିତ୍ର ଦୁର୍ଗାପୂଜା ଅବସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ମାତୃଶକ୍ତି ଆରାଧନାର ଏ ମହାନ ପର୍ବ ଆମ ଆଧ୍ୟାତ୍ମିକ ସଂସ୍କୃତିକୁ ଗରୀୟାନ କରିଛି। ଆଦ୍ୟାଶକ୍ତିଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ ଶାନ୍ତି ଓ…

୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୋଲିସ ନିକଟରେ ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ମହିଳା ନକ୍ସଲ ମଧ୍ୟ ଅଛନ୍ତି । ଏମାନଙ୍କ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ବସ୍ତର ପୋଲିସ ଅଧିକ୍ଷକ ଶଲଭ କୁମାର ସିହ୍ନା, ସିଆରପିଏଫ…

ବନ୍ଧା ହେଲେ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଗିରଫ ହେଲେ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀ। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ବ୍ୟକ୍ତିଗତ ସଚିବ ରମେଶଚନ୍ଦ୍ର ଜେନାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।  ରମେଶଚନ୍ଦ୍ର…

୬ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ୨୦୨୪ରେ ସରକାରୀ ମାଧ୍ୟମିକ ବିଦ୍ୟାଳୟ ପାଇଁ ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଏହି ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତ ଶିକ୍ଷକମାନେ ବିଭାଗ ଅଧୀନରେ ଥିବା ସରକାରୀ…

ଦଶମ ଥର ପାଇଁ ଅପରିବର୍ତ୍ତିତ ରେପୋ ରେଟ୍: ମହଙ୍ଗା ହେବନି ଋଣ

ନୂଆଦିଲ୍ଲୀ: ଲଗାତର ଦଶମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଏହା୬.୫ ପ୍ରତିଶତରେ ସ୍ଥିର ରହିଛି। ଏହାକୁ ନେଇ ବଡ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ସେହିପରି ପ୍ରମୁଖ ସୁଧ ହାରରେ କୌଣସି କରାଯାଇନି ପରିବର୍ତ୍ତନ। ମନିଟାରୀ ପଲିସି କମିଟି (ଏମପିସି)ର ନିଷ୍ପତ୍ତି ଘୋଷଣା…

ବାଂଲାଦେଶକୁ ୮୬ ରନରେ ହରାଇ ଆଗୁଆ ସିରିଜ ଜିତି ନେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ:ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚରେ ଭାରତ ୮୬ ରନରେ ବାଂଲାଦେଶକୁ ପରାସ୍ତ କରି ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ଭାରତ ପ୍ରଦତ ୨୨୨ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୯ ୱିକେଟ ବିନିମୟରେ ୧୩୫ ରନ କରିବାକୁ ସକ୍ଷମ ହୋଇଥିଲା ।…

ଭୁଶୁଡ଼ିଲା ନିର୍ମାଣାଧୀନ ହୋଟେଲର ଛାତ, ଜଣେ ମୃତ

ଢେଙ୍କାନାଳ: ଢେଙ୍କାନାଳ ସହର ଅନ୍ତର୍ଗତ ମହିଷାପାଟରେ ୫୫ ନମ୍ବର ନ୍ୟାସନାଲ ହାଇ ୱେ କଡ଼ରେ ଥିବା ଏକ ନିର୍ମାଣାଧୀନ ୫ ମହଲା ବିଶିଷ୍ଟ ହୋଟେଲର ଛାତ ଭୁଶୁଡିଛି।ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।  ନିର୍ମାଣାଧୀନ କୋଠା ପୋର୍ଟିକର ଛାତ…

ଇଭିଏମ ସିଲ୍ ପାଇଁ ଇସିଆଇଙ୍କୁ ଭେଟିଲା କଂଗ୍ରେସ

ନୂଆଦିଲ୍ଲୀ: ହରିୟାଣାରେ ପରାଜୟ ପରେ ଭୋଟ ଗଣତି ଓ ଇଭିଏମ ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ। ସେନେଇ ଦଳ ଆଜି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି। ଦଳର ବରିଷ୍ଠ ନେତା କେସି ଭେନୁଗୋପାଲ, ପବନ ଖେଡା, ଜୟରାମ ରମେଶ  ଓ ଅଜୟ ମାକନ ପ୍ରମୁଖଙ୍କୁ ନେଇ ଗଠିତ ଟିମ ଦିଲ୍ଲୀରେ ଇସିଆଇଙ୍କୁ ଭେଟିଛି।…

ବାଲୁକା କଳାରେ ଦୁର୍ଗା ପୂଜା ଶୁଭେଛା

ପୁରୀ: ପବିତ୍ର ଦୂର୍ଗାପୂଜା ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ସାରା ଦେଶବାସୀଙ୍କୁ ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବିଚ୍ ର ନୀଳାଦ୍ରି ବେଳାଭୂମିରେ ସେ ଏହି ବାଲୁକା ଚିତ୍ର କଳା ନିର୍ମାଣ କରିଛନ୍ତି। ଯାହାକି ବେଶ୍ ଆକର୍ଷଣୀୟ ହୋଇଛି। ମା'…

ସଦର୍ଣ୍ଣ ସୁପରଷ୍ଟାର୍ସକୁ ହରାଇଲା ଟୋୟାମ ହାଇଦ୍ରାବାଦ

ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଟୋୟାମ ହାଇଦ୍ରାବାଦ ଆଉ ଏକ ରୋମାଂଚକ ମୁକାବିଲାରେ ବିଜୟ ହାସଲ କରିଛି । ବୁଧବାର ଅନୁଷ୍ଠିତ ମ୍ୟାଚରେ ଟୋୟାମ ହାଇଦ୍ରାବାଦ ୫ ୱିକେଟରେ ସଦର୍ଣ୍ଣ ସୁପରଷ୍ଟାର୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ସଦର୍ଣ୍ଣ ସୁପରଷ୍ଟାର୍ସ ଟିମ ୨୦ ଓଭରରେ ୫ ୱିକେଟ ହରାଇ…