Latest Odisha News

BREAKING NEWS

ଇ-କେଓ୍ବାଇସିକୁ ନେଇ କ’ଣ କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଜାଣନ୍ତୁ…

ଭୁବନେଶ୍ବର: ଇ-କେଓ୍ବାଇସି କୁ ନେଇ ବଡ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଇ-କେଓ୍ବାଇସି ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । ଏଥିପାଇଁ ପର୍ଯ୍ୟାପ୍ତ ସମୟ ମିଳିବ । ସମସ୍ତ ହିତାଧିକାରୀଙ୍କୁ ନୋଟିସ୍ ପଠାଯିବ । ମନ୍ତ୍ରୀ ଆହୁରି…

ରାଜନୀତିରେ ଶିବାଜୀ ଇଫେକ୍ଟସ : ମୋଦି ବି ମାଗିଲେ କ୍ଷମା

ହାଇଦ୍ରାବାଦ: ମହାରାଷ୍ଟ୍ର ରାଜନୀତିରେ ଛତ୍ରପତି ଶିବାଜୀଙ୍କୁ ନେଇ ରାଜନୀତି ସରଗରମ । ସିନ୍ଧୁଦୁର୍ଗ ଜିଲ୍ଲାରେ ଅଗଷ୍ଟ ୨୬ ତାରିଖରେ ମହାରାଜ ଶିବାଜୀଙ୍କ ମୂର୍ତ୍ତି ଭାଙ୍ଗିବା ପରଠାରୁ ଗରମ ହୋଇଛି ରାଜନୀତି । ବିରୋଧୀଙ୍କ କଡା ଆଭିମୁଖ୍ୟ ଦେଖି ଶାସକ ମେଂଟ ପକ୍ଷରୁ ଚାଲିଛି କ୍ଷମା ପ୍ରାର୍ଥନାର…

ଆଉ ବର୍ଷେ ବଢିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନା

ଭୁବନେଶ୍ବର: ବଢିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନା । କାର୍ଯ୍ୟରତ ସାମ୍ବାଦିକଙ୍କୁ ମିଳୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାକୁ ଆଉ ଏକ ବର୍ଷ ବୃଦ୍ଧି କଲେ ରାଜ୍ୟ ସରକାର । ଏହାର ସମୟ ସୀମା ଚଳିତ ମାସ ୩୧ ତାରିଖ ପର୍ଯ୍ୟୱନ୍ତ ଥିବାବେଳେ ଏଠାକୁ ଆଉ ଏକ ବର୍ଷ ପର୍ଯ୍ୟନ୍ତ ବଢାଇ…

ସାବଧାନ୍ ! ଘରେ ବସି ହେବେ ଡିଜିଟାଲ୍ ଆରେଷ୍ଟ

ନୂଆଦିଲ୍ଲୀ: ସାଇବର ଠକେଇର ନୂଆ ତରିକା, ଡିଜିଟାଲ୍ ଆରେଷ୍ଟ । ସାଧାରଣତଃ ଗିରଫ କରିବା ଅର୍ଥ ପୋଲିସ ଆରେଷ୍ଟ କରି ଜେଲକୁ ନେବ । ତେବେ ଡିଜିଟାଲ୍ ଆରେଷ୍ଟରେ ଠକେଇ କରୁଥିବା ସାଇବର ଠକ ପୋଲିସ ଅଧିକାରୀ, ସିବିଆଇ ଅଧିକାରୀ ବା ଅନ୍ୟ କୌଣସି ସରକାରୀ ଅଧିକାରୀଙ୍କ ନାଁରେ ଧମକ ଚମକ ଦିଅନ୍ତି। ଦିନ…

 ଆର.ଜି କର ଘଟଣା : ମମତାଙ୍କ ପାଇଁ ରାଜନୈତିକ କ୍ଷତି ?

କୋଲକାତା: କୋଲକାତା ଆର.ଜି କର ମେଡିକାଲ କଲେଜ ଓ ହସପିଟାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ହରଡଘଣାରେ ପକାଇଛି । ମମତା ସରକାର ଘଟଣାରେ ଠିକ୍ ଭାବେ ହସ୍ତକ୍ଷେପ କରିପାରିଲେ ନାହିଁ । ଏକ ସଂଗୀନ ଘଟଣାକୁ ଅତି ହାଲୁକାର ସହ ନେବା ମମତା…

ଧର୍ମଶାଳା…ହିମାଂଶୁ ବନାମ ପ୍ରଣବ

ଭୁବନେଶ୍ବର: ହିମାଂଶୁ ସାହୁ ବନାମ ପ୍ରଣବ ବଳବନ୍ତରାୟ । ବିଧାୟକ ବନାମ ପୂର୍ବତନ ବିଧାୟକ । ଦୁଇ ନେତାଙ୍କ ମଧ୍ୟରେ ତୁ ତୁ ମେ ମେ କୁ ନେଇ ଉଠୁଛି ପଡୁଛି ଧର୍ମଶାଳା ରାଜନୀତି। କେତେବେଳେ ସ୍ବର୍ଗତ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିକୁ ନେଇ ତ କେତେବେଳେ ଧର୍ମଶାଳାରେ ଆଇନ ଶୃଙ୍ଖଳାକୁ ନେଇ ଉଭୟ…

‘ସେବା, ସ୍ୱାଭିମାନ ସଂଗ୍ରାମ ଓ ସଚେତନତା ଆମର ଆଦର୍ଶ’

ଭୁବନେଶ୍ୱର: ସେବା, ସଂଗ୍ରାମ, ସ୍ୱାଭିମାନ ଓ ସଚେତନତା ହେଉଛି ବିଜୁ ଜନତା ଦଳର ଆଦର୍ଶ । ଏକ ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳଗତ ୨୭ ବର୍ଷ ଧରି ଓଡିଶା ବାସୀଙ୍କ ସେବା କରିଆସୁଛି । ଛାତ୍ର, ଯୁବକ, ମହିଳା, ଚାଷୀ ଶ୍ରମିକ ସମସ୍ତଙ୍କୁ ସାଥିରେ ନେଇ ଏହା ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ…

୬ ବର୍ଷ ପରେ ନୂଆ ଏଥ୍‌ନିକ୍ ଲୁକ୍‌ରେ ଅନୁଷ୍କା, ଫିଲ୍ମ ଜଗତକୁ ଫେରିବେ କି ଅଭିନେତ୍ରୀ ?

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଲ୍ମ ଜଗତରୁ ବହୁତ ଭଲପାଇବା ପାଇଛନ୍ତି। ସେ 'ରାବ ନେ ବନା ଦି ଯୋଡି', 'ସୁଲତାନ', 'ପି.କେ' ଏବଂ 'NH10' ପରି ମହାନ ଚଳଚ୍ଚିତ୍ରରେ ଅଭିନୟ କରି ଲୋକଙ୍କଠାରୁ ପ୍ରଶଂସା ପାଇଛନ୍ତି। କିନ୍ତୁ ବିବାହ ଏବଂ ସନ୍ତାନ ହେବା ପରେ ସେ ପରଦାରୁ ଗାଏବ…

ପ୍ରକାଶ ପାଇଲା ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ-୨୦୨୪; ଜାଣନ୍ତୁ କେଉଁ ଅଭିନେତା ସବୁଠୁ ବେଶୀ ଧନୀ..

ମୁମ୍ବାଇ: ପ୍ରାୟତଃ ଲୋକମାନେ ଜଣେ ଅଭିନେତାଙ୍କର କେତେ ଧନ ଅଛି ଆଉ କେଉଁ ଅଭିନେତା କେତେ ଧନୀ ତାହା ଜାଣିବାକୁ ବହୁତ ଆଗ୍ରହୀ ଥାଆନ୍ତି । ତେବେ ଏହାରୁ ଭିତରେ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ-୨୦୨୪ ପ୍ରକାଶ ପାଇଛି । ଏହି ତାଲିକାରେ ଧନ ଦୃଷ୍ଟିରୁ କେଉଁ ଅଭିନେତା ଆଗରେ ଅଛନ୍ତି ତାହା…

ରିଲିଜ ପୂର୍ବରୁ ଫିଲ୍ମ ‘ଏମରଜେନ୍ସି’ ଉପରେ ବିପଦ, ଏହି ରାଜ୍ୟ କରିପାରେ ନିଷେଧ

ମୁମ୍ବାଇ: ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ କଙ୍ଗନା ରଣାୱତଙ୍କ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' ଏବେ ବିବାଦ ଘେରକୁ ଆସିଛି। ଶିଖ ସମ୍ପ୍ରଦାୟ ଏହି ଚଳଚ୍ଚିତ୍ର ଉପରେ ଆପତ୍ତି ଜଣାଇଛନ୍ତି ଏବଂ ସେମାଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି। ଏହି କାରଣରୁ ଶିଖ ସମ୍ପ୍ରଦାୟ…