Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଅଟୋ ଓ ବାଇକ ମଧ୍ୟରେ ଧକ୍କା, ଜଣେ ମୃତ ଓ ୧୩ ଆହତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମା’ ମଝିଘରିଆଣୀ ମନ୍ଦିର, ପିତମୋହଲ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଠାରେ ଅଟୋ ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ମୃତ ଓ ୧୩ ଆହତ ହୋଇଥିବା ସୂଚନା ରହିଛି। ମୃତକଙ୍କ ନାଁ ଗଣେଶ ପିଡ଼ିକା ହୋଇଥିବା ବେଳେ ତାଙ୍କ ଘର ରାୟଗଡ଼ାରେ ବେହେରାଗୁଡ଼ା…

ଓଡ଼ିଶାର ଶାସନ ସଚିବ ଭାବରେ ଦାୟିତ୍ଵ ନେଲେ ମନୋଜ ଆହୁଜା

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା। ଲୋକସେବା ଭବନରେ ସେ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରରେ କୃଷି ସଚିବ ଏବଂ ଚାଷୀ କଲ୍ୟାଣ ସଚିବ ଭାବେ…

ଭାରତରେ ସାଇନ୍ସ ଫିକ୍ସନ ଫିଲ୍ମ

ମୁମ୍ବାଇ: ନିକଟରେ ରିଲିଜ ହୋଇଛି ପ୍ରଭାସଙ୍କ ଅଭିନୀତ ସାଇନ୍ସ ଫିକସନ ଫିଲ୍ମ କଲକୀ ୨୮୯୮ । ଏହା ଏକ ବ୍ୟୟବହୁଳ ତାରକା ଖର୍ଚ୍ଚିତ ସାଇନ୍ସ ଫିକ୍ସନ ଫିଲ୍ମ,ଯେଉଁଥିରେ ପୌରାଣିକ କଥାବସ୍ତୁକୁ ମଧ୍ୟ ସ୍ଥାନ ଦିଆଯାଇଛି । ଅନେକ ଦିନ ପରେ ଭାରତରେ ଏକ ସାଇନ୍ସ ଫିକସନ ଜେନରର ଫିଲ୍ମ ରିଲିଜ ହୋଇଛି ।…

ସକ୍ରିୟ ଲଘୁଚାପ: ଆଉ ଦୁଇ ଦିନ ପ୍ରବଳ ବର୍ଷା

ଭୁବନେଶ୍ବର: ଉତ୍ତରପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଆହୁରି ୨ଦିନ ଯାଏଁ ରାଜ୍ୟରେ ଏପରି ବର୍ଷା ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଲଘୁଚାପ ପ୍ରଭାବରେ ଆଜି ଉତ୍ତର ଓଡ଼ିଶାର…

ରତ୍ନଭଣ୍ଡାର ଶୀଘ୍ର ଖୋଲିବ, ଯଦି ଗଡ଼ବଡ଼ ଥିବ ଦୋଷୀକୁ ଦଣ୍ଡ ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ରତ୍ନଭଣ୍ଡାର ନିଶ୍ଚିତ ଖୋଲିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପିର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ । ଆଉ ଗଣତି ହେବ। ଯଦି କିଛି…

ନୂଆ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ଵ ନେଲେ

ନୂଆଦିଲ୍ଲୀ: ସ୍ଥଳସେନାର ମୁଖ୍ୟ ଭବେ ଦାୟିତ୍ଵ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ସ୍ଥଳସେନାର ଉପମୁଖ୍ୟ ଥିବା ଉପେନ୍ଦ୍ର ଦ୍ୱିବେଦୀଙ୍କୁ ନୂଆ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ ସରକାର । ଆଜି ପୂର୍ବତନ ସେନା ମୁଖ୍ୟ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ଶେଷ…

ରାଜଧାନୀରେ ପ୍ରବଳ ବର୍ଷା, ଭାଙ୍ଗିଲା ୮୮ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ଦିଲ୍ଲୀରେ ବର୍ଷା ବିତ୍ପାତ । ତେଣୁ ରାଜଧାନୀର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ପାଣିରେ ଭାସିଯାଇ ଅଲଗା ଅଲଗା ସ୍ଥାନରେ ୪ ଛୋଟ ପିଲାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ରାଜଧାନୀରେ ମୌସୁମୀ ପହଞ୍ଚିବା ପରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)…

ସ୍ୱାମୀର ଗୁଳିମାଡରେ ସ୍ତ୍ରୀ ମୃତ ଓ ଝିଅ ଗୁରୁତର

କଳାହାଣ୍ଡି: ଦେଶୀ ବନ୍ଧୁକରୁ ଗୁଳିଫୁଟି ଜଣେ ମୃତ, ଜଣେ ଗୁରୁତର। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ରରପୁ କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗାଁର ଜେମା ଦେଇ ମାଝୀ । ଜେମାଙ୍କ ଝିଅ ବିଦ୍ୟା ମାଝୀ ବୁର୍ଲା ମେଡିକାଲରେ ଭର୍ତ୍ତି…

ମୋଦୀଙ୍କ ମନ୍ କି ବାତ୍ ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ମନ୍ କି ବାତ୍ ଆଜି ଅନୁଷ୍ଠିତ ହୋଇଛି। ତିନିମାସ ଧରି ଚାଲିଥିବା ଲୋକ ସଭା ନିର୍ବାଚନ ଏବଂ ପରେ ଶପଥ ଗ୍ରହଣ ହେତୁ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଭାଗ ନେଉ ନ ଥିଲେ। ଆଜି ପୁଣିଥରେ ମନ୍…

‘କାଳିଆ, ବଳିଆ ଓ ସୁଭଦ୍ରା ସଦୃଶ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ’

ଭୁବନେଶ୍ବର: ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଛି ବିଜେପି ସମ୍ବର୍ଦ୍ଧନା ସଭା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡା ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ମଧ୍ୟ ଏହି ସମ୍ବର୍ଦ୍ଧିତ…