Latest Odisha News

BREAKING NEWS

ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାରପିଟ୍ ଘଟଣା; ବଦଳିଲେ ଡାକ୍ତର ଓ ଫାର୍ମାସିଷ୍ଟ

ଯାଜପୁର: ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ମଧ୍ୟରେ ମାରପିଟ ଘଟଣା । ଉଭୟଙ୍କୁ ବଦଳି କଲେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଡାକ୍ତର ଶୁଭଲକ୍ଷ୍ମୀ ରଥଙ୍କୁ ଯାଜପୁର ଜିଲ୍ଲାର ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବଦଳି କରାଯାଇଥିବାବେଳେ,…

ବାଲୁକା କଳାରେ ସ୍ନାନପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା । ଦଇତାପତି ସେବାୟତ ମାନେ ଦାରୁଦିଅଁଙ୍କୁ ରତ୍ନବେଦୀରୁ ଓହ୍ଲାଇ ଆଣି ଧାଡି ପହଣ୍ଡିରେ ବିଜେ କରାଇଛନ୍ତି ସ୍ନାନ ମଣ୍ଡପରେ । ସମସ୍ତ ନୀତିକାନ୍ତି ପରେ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରାଯାଇ ହାତୀ ବେଶରେ ଦର୍ଶନ ଦେବେ ଚାରି ଠାକୁର ।…

ବାଲେଶ୍ୱରରେ ସ୍ବଭାବିକ ହେଉଛି ସ୍ଥିତି; ସକାଳ ୫ରୁ ଦିନ ୨ ଯାଏଁ କର୍ଫ୍ୟୁ କୋହଳ, ଆଜିଠୁ ମିଳିବ ଇଣ୍ଟରନେଟ୍ ସେବା

ବାଲେଶ୍ୱର: ବାଲେଶ୍ବର ସହରରେ ଧିରେ ଧିରେ ସୁଧୁରୁଛି ସ୍ଥିତି । ସହଦେବଖୁଣ୍ଟା ଓ ଟାଉନ୍ ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ ହୋଇଛି । ସକାଳ ୫ଟାରୁ ଦିନ ୨ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ କର୍ଫ୍ୟୁ ହଟିଛି । ମୋବାଇଲରେ ଇଣ୍ଟରନେଟ୍ ସେବା…

ଟ୍ରକ୍ ପଛରେ ପିଟି ହେଲା ବାଇକ; ଦୁଇ ମୃତ, ଜଣେ ଗୁରୁତର

କଟକ: କଟକ ମଧୁସୂଦନ ବ୍ରିଜ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବ୍ରିଜ୍ ଉପରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ପିଟି ହେଲା ବାଇକ । ଏହି ଦୁର୍ଘଟଣାରେ ବାଇକରେ ଯାଉଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ୩…

ପବିତ୍ର ସ୍ନାନଯାତ୍ରା: ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ, ୧୦୮ ଗରା ସୁବାସିତ ଜଳରେ କରିବେ ସ୍ନାନ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧା ମୂରତି । ନୀତିକାନ୍ତି ପରେ ଭୋର୍‌ ୫ଟାରୁ ଆରମ୍ଭ ହୋଇଥିଲା ଧାଡି ପହଣ୍ଡି । ପ୍ରଥମେ ବଡ଼ଠାକୁର ପ୍ରଭୁ ବଳଭଦ୍ର ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚିଥିବାବେଳେ ଏହାପରେ…

ବର୍ଷାଦିନେ ଏପରି ଭାବେ ନିଅନ୍ତୁ କେଶର ଯତ୍ନ…

ଭୁବନେଶ୍ଵର: ବର୍ଷାଦିନରେ ଓଦା ହେବାର ଯଥେଷ୍ଟ ସମ୍ଭାବନା ଥାଏ। ତେଣୁ ଶରୀରକୁ ବିଭିନ୍ନ ପ୍ରକାର ରୋଗର ସାମନା କରିବାକୁ ପଡ଼ିଥାଏ। କେବଳ ଶରୀର ନୁହେଁ, ବର୍ଷାଦିନରେ ବିଭିନ୍ନ କେଶ ସମସ୍ୟା ମଧ୍ୟ ଦେଖାଦିଏ। ବର୍ଷାଜଳର କ୍ଷାରୀୟ ଅଂଶ ସଂସ୍ପର୍ଶରେ ଆସିଲେ କେଶରେ ନାନା ସମସ୍ୟା ସୃଷ୍ଟି ହୋଇଥାଏ।…

ରେଷ୍ଟ ଅଫ ଓଡିଶା ସି ଜିତିଲା କଳାହାଣ୍ଡି କପ

କଟକ: ଓଡିଶାର ଷ୍ଟାର ପେସର ଦେବବ୍ରତ ପ୍ରଧାନଙ୍କ ଚମତ୍କାର ପ୍ରଦର୍ଶନ ବଳରେ ରେଷ୍ଟ ଅଫ ଓଡିଶା ସି କଳାହାଣ୍ଡି କପ ୨୦୨୪ ଟାଇଟଲ ହାସଲ କରିଛି । ଫାଇନାଲରେ ରେଷ୍ଟ ଅଫ ଓଡିଶା ସି ୭ ରନରେ ଭୁବନେଶ୍ୱର ଏକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ରେଷ୍ଟ ଅଫ ଓଡିଶା ସି…

ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଭାରତୀୟ କ୍ରିକେଟ ଟିମ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପରେ ବି ଭାରତୀୟ କ୍ରିକେଟ ଟିମ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ଚଳିତ ବର୍ଷ ନଭେମ୍ବରରେ ଭାରତୀୟ କ୍ରିକେଟ ଟିମ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ଏହି ସିରିଜର ଘୋଷଣା ଆକସ୍ମିକ ଭାବେ କରାଯାଇଛି । ଶୁକ୍ରବାର ବିସିସିଆଇ ଓ ଦକ୍ଷିଣ ଆଫ୍ରିକା ବୋର୍ଡ…

ସିଏସ୍ଆଇଆର୍-ୟୁଜିସି-ନେଟ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଜୁନ୍ ୨୫ରୁ ୨୭ ମଧ୍ୟରେ ହେବାକୁ ଥିବା ସିଏସ୍ଆଇଆର୍-ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୨୦୨୪କୁ ଏନଟିଏ ସ୍ଥଗିତ ରଖିଛି। ପରୀକ୍ଷା ପାଇଁ ଆବଶ୍ୟକ ଉପକରଣ ଅଭାବରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ବୋଲି ଏନଟିଏ କହିଛି। ଏବେ ଏହି ପରୀକ୍ଷାର ନୂଆ ତାରିଖ ପରେ ଅଫିସିଆଲ ୱେବସାଇଟରେ ଘୋଷଣା…

ଓଡ଼ିଶା ସମେତ ୮ଟି ରାଜ୍ୟରେ ଥିବା ୬୭ଟି କୋଇଲା ଖଣି ନିଲାମ ପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା

ଭୁବନେଶ୍ୱର: ଓଡ଼ିଶା ସମେତ ୮ଟି ରାଜ୍ୟରେ ଥିବା ୬୭ଟି କୋଇଲା ଖଣି ନିଲାମ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ଶୁକ୍ରବାର ହାଇଦ୍ରାବାଦରେ ଅନୁସନ୍ଧାନ କରାଯାଇଥିବା ଏକ କୋଇଲା ଖଣିଗୁଡ଼ିକର ଦଶମ ପର୍ଯ୍ୟାୟ ନିଲାମର ଶୁଭାରମ୍ଭ କରିଛନ୍ତି।…