Latest Odisha News

BREAKING NEWS

ବେକରେ ରଶି ଲଗାଇ ଝୁଲି ପଡିଲେ ଏମସିଏଲର ମହିଳା କର୍ମଚାରୀ; କାରଣ ଅସ୍ପଷ୍ଟ

ସମ୍ବଲପୁର: ବେକରେ ରସି ଲଗାଇ ଝୁଲି ପଡିଲେ ସମ୍ବଲପୁର ଜିଲ୍ଲା ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ)ର ଜଣେ ମହିଳା କର୍ମଚାରୀ । ମୃତ ମହିଳା କର୍ମଚାରୀ ଜଣକ ହେଲେ ଅନୁଗୁଳ ଜିଲା ତାଳଚେର ସହରର ଆୟୁସ୍ମିତା ସାମତ (୨୩) । ସେ ଏମସିଏଲର ଆକାଉଣ୍ଟସ ସେକ୍ସନରେ…

Leakage of toxic gas:ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ଚାଲିଗଲା ୪ ଜଣଙ୍କ ଜୀବନ; ବନ୍ଦ ଖାଦାନ ଖନନ ସମୟରେ ଅଘଟଣ…

ରାଞ୍ଚି:ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାର ଏକ ବନ୍ଦ ଖଣିରେ ବିଷାକ୍ତ ଗ୍ୟାସ ଲିକ୍ ହେବା ଯୋଗୁଁ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ରାମଗଡ଼ ବନାଞ୍ଚଳର ଚାପ୍ରି-ବୁମରୀ ଅଞ୍ଚଳରେ ଘଟିଛି, ଯେଉଁଠାରେ କିଛି ବ୍ୟକ୍ତି କୋଇଲା ବାହାର କରିବା ପାଇଁ ବନ୍ଦ ପଡିଥିବା ଖାଦାନରେ ଓହ୍ଲାଇଥିଲେ। ରାମଗଡ଼…

ଟିଏମସି ବିଧାୟକ ମଦନ ମିତ୍ରଙ୍କ ୭ଟି ସ୍ଥାନରେ ଇଡିର ରେଡ୍, ଲାଞ୍ଚ ଭାବେ ଟଙ୍କା ଏବଂ ସୁନା ନେଇଥିବା ଅଭିଯୋଗ

କୋଲକାତା: କଥିତ ପୌର ନିଯୁକ୍ତି ଦୁର୍ନୀତି ସହିତ ଜଡିତ ଏକ ବଡ଼ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ଏବଂ ବିଧାୟକ ମଦନ ମିତ୍ରଙ୍କ ଘର ଉପରେ ଚଢାଉ କରିଛି । ଅଧିକାରୀଙ୍କ ଅନୁଯାୟୀ, ତଦନ୍ତ ସମୟରେ ସାମ୍ନାକୁ ଆସିଥିବା ଆର୍ଥିକ…

ନକଲି ଜର୍ଦ୍ଦା ତିଆରି କାରଖାନା ଠାବ, ମାଲିକ ସମେତ ୩ ଗିରଫ

ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଆଲିଗଡ ଗାଁରେ ଏକ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ ହୋଇଛି । ଉକ୍ତ କାରଖାନାରୁ ବିପୁଳ ପରିମାଣର ଜର୍ଦ୍ଦା ଜବତ କରାଯିବା ସହ କାରଖାନାର ମାଲିକ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ନକଲି ଜର୍ଦ୍ଦା ତିଆରି ଚାଲିଥିବା ନେଇ…

ରାଜଧାନୀକୁ ସ୍ୱଚ୍ଛ ରଖିବାକୁ ଅଭିନବ ପ୍ରୟାସ, ବିଏମ୍‌ସି ଏବଂ ହିନ୍ଦୁସ୍ଥାନ କୋକା-କୋଲା ମଧ୍ୟରେ ବୁଝାମଣାପତ୍ର…

ଭୁବନେଶ୍ୱର: ରାଜଧାନୀକୁ ସ୍ୱଚ୍ଛ ରଖିବା ପାଇଁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ହିନ୍ଦୁସ୍ଥାନ କୋକା-କୋଲା ବିଏମ୍‌ସି ସହିତ ମିଳିତ ଭାବରେ ସହରରୁ ପିଇଟି ବୋତଲ ସଂଗ୍ରହ କରିବ । ଏନେଇ ବିଏମସି ଏବଂ ହିନ୍ଦୁସ୍ଥାନ କୋକା-କୋଲା ମଧ୍ୟରେ ଏ ନେଇ ଏକ ବୁଝାମଣାପତ୍ର…

ଫିଫା ବିଶ୍ୱକପ: ଚୋରୀ ହୋଇଗଲା ଇଂଲଣ୍ଡ ଟିମର ସାମଗ୍ରୀ

ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ୱକପ ଫୁଟବଲରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଛି । ଶୁକ୍ରବାର ଇଂଲଣ୍ଡ ଟିମର କେତେକ ସାମଗ୍ରୀ ଚୋରୀ ହୋଇଯାଇଛି । ଫ୍ଲୋରିଡା ପ୍ରି-ଟୁର୍ଣ୍ଣାମେଂଟ କ୍ୟାମ୍ପରୁ ସେମାନଙ୍କୁ କ୍ୟାସଂସ ସିଟି ଅଣାଯାଇଥିଲା । ବ୍ରିଟିଶ ମିଡିଆ ରିପୋର୍ଟ ଅନୁସାରେ ଖେଳାଳିଙ୍କ କେତେକ ବଲ ଓ…

କମେଡି ଶୋ ବିବାଦ: ସେଜଲ ପାୱାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ବାଧ୍ୟତାମୂଳକ ଛୁଟିରେ ପଠାଇଲା କଲେଜ ପ୍ରଶାସନ

ମୁମ୍ବାଇ: ମୁମ୍ବାଇସ୍ଥିତ କେଇଏମ୍ ହସ୍ପିଟାଲ୍ (KEM Hospital) ର ଜଣେ ଏମବିବିଏସ୍ (MBBS) ଛାତ୍ରୀ ଏକ କମେଡି ଶୋ'ରେ ଶବକୁ ନେଇ ଅଶାଳୀନ ମଜାକ କରିବା ପରେ ଏବେ ଅଡୁଆରେ ପଡିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓକୁ ନେଇ ବିବାଦରେ ଫସିଥିବା ମେଡିକାଲ କଲେଜର MBBS ଛାତ୍ରୀ…

ଲେଫ୍ଟନାଣ୍ଟ ଜେନେରାଲ ଧୀରଜ୍ ସେଠ୍ ଭାରତର ପରବର୍ତ୍ତୀ ସେନା ମୁଖ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଭାରତୀୟ ସେନାର ପରବର୍ତ୍ତୀ ସେନା ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦେଶରେ କୁହାଯାଇଛି ଯେ, ରାଷ୍ଟ୍ରପତି ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ୍‌ଙ୍କୁ ଆଗାମୀ ସେନା…

Kashmiri Pandits: “କାଶ୍ମୀରୀ ପଣ୍ଡିତମାନଙ୍କୁ ନିଜ ମୂଳ ସହିତ ପୁନଃ ସଂଯୋଗ ସ୍ଥାପନ କରିବାର ସମୟ…

ନୂଆଦିଲ୍ଲୀ: ଶ୍ରୀନଗରରେ 'ଗ୍ଲୋବାଲ୍ କାଶ୍ମୀର ପଣ୍ଡିତ କନକ୍ଲେଭ'କୁ ସମ୍ବୋଧିତ କରି ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା କହିଛନ୍ତି ଯେ କାଶ୍ମୀର ପଣ୍ଡିତମାନେ ସେମାନଙ୍କର ମୂଳ ସହିତ ପୁନଃ ସଂଯୋଗ ସ୍ଥାପନ କରିବା ଏବଂ ଏକ ପରିବର୍ତ୍ତନଶୀଳ ଜମ୍ମୁ ଓ କାଶ୍ମୀରର ଭବିଷ୍ୟତରେ ଯୋଗଦାନ ଦେବାର ସମୟ…

ଏଥର ରଜ ବଜାରକୁ ସରଗରମ କରିବାକୁ ମୁକ୍ତିଲାଭ କଲା ୩ଟି ଓଡ଼ିଆ ଚଳଚ୍ଚିତ୍ର

ଭୁବନେଶ୍ବର: ରଜ ବଜାରକୁ ଏଥର ସରଗରମ କରିବାକୁ ରିଲିଜ ହୋଇଛି ୩ଟି ଓଡିଆ ଚଳଚ୍ଚିତ୍ର । ସୁପରଷ୍ଟାର୍‌ ଅନୁଭବ ମହାନ୍ତିଙ୍କ ‘ଛକିଶୂନ’, ଅମ୍ଲାନ୍‌ ଓ ଏଲିନାଙ୍କ ‘ଶିକାର’ ଏବଂ ଅର୍ଦ୍ଧେନ୍ଦୁ ଓ ଜସ୍ମିନ୍‌ଙ୍କ ନୂତନ ଚଳଚ୍ଚିତ୍ର ‘ଡାଏରି’ ରିଲିଜ ହୋଇଛି । ଏହି ୩ଟି ଚଳଚ୍ଚିତ୍ର ମଧ୍ୟରେ କଡା ଟକ୍କର…