Latest Odisha News

BREAKING NEWS

ଡଙ୍ଗରିଆ ମହିଳାଙ୍କଠୁ ଲାଞ୍ଚ ନେବା ଘଟଣା, ଖବର ପ୍ରକାଶ ପରେ ଟଙ୍କା ଫେରାଇଲେ କର୍ତ୍ତୃପକ୍ଷ

ରାୟଗଡା: ଓପିଲିପି କର୍ମଚାରୀ ଲାଞ୍ଚ ନେଇଥିବା ଟଙ୍କା ଫେରାଇଲେ ଟିମିଙ୍କୁ। ଅତିରିକ୍ତ ଜିଲ୍ଲାପାଳଙ୍କୁ ବାବୁ ଟଙ୍କା ମିଳିଲା କି, ବୋଲି ଟିମି ପଚାରିବାର ୨୪ ଘଣ୍ଟା ନପୂରୁୁଣୁ ତାଙ୍କ ନିକଟରେ ଶନିବାର ସକାଳୁ ସକାଳୁ ଟଙ୍କା ପହଞ୍ଚିଯାଇଥିଲା।ଲାଞ୍ଚ ବାବଦକୁ ନେଇଥିବା ଟଙ୍କା ଯେଉଁ ଦୁଇ ଜଣଙ୍କ ନାମ ନେଇଥିଲେ ଟିମି ସେହି ଦୁଇ ଜଣ ସହ ଜଣେ ମହିଳା କର୍ମଚାରୀ ଆସି ଶନିବାର ସକାଳୁ ସକାଳୁ ତାଙ୍କ ଘର ଆଗରେ ତାଙ୍କୁ ୧୧ହଜାର ୫ଶହ ଟଙ୍କା ଫେରାଇ ଦେଇଛନ୍ତି।

BjdElectrycity

ଏ ନେଇ କାହାକୁ ପ୍ରଘଟ ନକରିବାକୁ ପାଇଁ ମଧ୍ୟ କହିଥିବା ଗଣମାଧ୍ୟମକୁ ନିଜେ ଟିମି ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ରାୟଗଡ଼ା ଜିଲ୍ଲା ସାରା ଉଠୁଛି ଆଉ ପଡ଼ୁଛି।କିଛି ଲୋକ ଏନେଇ ଗାଁକୁ ଦୁଇ ଭାଗ ମଧ୍ୟ କରିଦେଇଛନ୍ତି। ଧରାପଡିବା ପରେ ସଂପୃକ୍ତ ଅଧିକାରୀମାନେ ଏଥିରୁ ବର୍ତ୍ତିବା ପାଇଁ ଟିମିଙ୍କୁ କ୍ଷମା କରିଦେବାକୁ କହୁଥିବା ବେଳେ ସେ ଏହା ମିଥ୍ୟା ବୋଲି କହିବାକୁ ମଧ୍ୟ ବାଧ୍ୟ କରୁଥିବା ଜଣାପଡଛି।

ଅତିରିକ୍ତ ଜିଲ୍ଲାପାଳ ବିଷମକଟକ ବିଡ଼ିଓଙ୍କୁ ତଦନ୍ତ ଭାର ଦେଇଛନ୍ତି। ପ୍ରଥମେ ଟଙ୍କା ନେବା ପରେ ଟଙ୍କା ଫେରାଇବା ସୂଚାଇ ଦେଉଛି ଯେ ଡିକେଡିଏରେ କେତେ ଦୁର୍ନୀତି ହେଉଛି। ଏନେଇ ଜିଲ୍ଲାରେ ଖାଲି ଡଙ୍ଗରିଆ ମହିଳାଙ୍କ ସାହସକୁ ନେଇ ଚର୍ଚ୍ଚା ଚାଲିଛି। ତେବେ ଏଭଳି ଏକ କ୍ଷମତା ପୁର୍ଣ୍ଣ ବ୍ୟକ୍ତି କିଏ ତାକୁ ଡ଼ିକେଡ଼ିଏ, ଓପିଲିପି ଏବଂ ଅକସୁସ ମାଧ୍ୟମରେ ସରକାରୀ ଅର୍ଥ ଖର୍ଚ୍ଚ କରୁଛି। ଏହି ଟଙ୍କାକୁ ଯେଉଁ ବାବୁମାନେ ଫେରାଇଲେ ତାଙ୍କ ବିରୋଧରେ କାହିଁକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ପ୍ରଶ୍ନ କରାଯାଇଛି।

ପାହାଡ ଭିତରର ମାତ୍ର ଗୋଟିଏ ଗାଁ ବାଲାପାଇର ଏହା ହେଉଛି ବିକଳ ଚିତ୍ର। କେବଳ ୬ ହଜାର ୫୦୦ ଟଙ୍କା ବାବୁମାନେ ଛାଡିଲେ ନାହିଁ। ବାବୁମାନେ ବାଣ୍ଟିନେବେ କହି ନୀରିହ ଡଙ୍ଗରିଆ ମହିଳାଙ୍କ ଠାରୁ ଠକି ନେଇଗଲେ। ତେବେ ପ୍ରଶ୍ନ ଉଠୁଛି ଯେ ଡିକେଡିଏ ଚାଟିକଣା ଅଧିନରେ ଆସୁଥିବା ବିଷମକଟକ ଓ ମୁନିଗୁଡା ବ୍ଲକର ୧୦୦ରୁ ଅଧିକ ଗାଁ ମାନଙ୍କରେ ଆଦିମ ଜନଜାତିଙ୍କ ବିକାଶର ଅର୍ଥ କେତେ ସୁରକ୍ଷିତ ?

ନିୟମଗିରି ପାହାଡରେ ଡିକେଡିଏ ଦ୍ଵାରା ୧୧କୋଟି ୧୧ଲକ୍ଷ ଟଙ୍କା କେବଳ ୨୦୨୨-୨୦୨୩ ବର୍ଷ ପାଇଁ ପ୍ରକଳ୍ପ ଅଟକଳ କରି ଖର୍ଚ୍ଚ କରାଯାଇଛି।ଏହି ଅର୍ଥକୁ ଠିକ ଭାବରେ ବିନିଯୋଗ କରିବା ପାଇଁ ଲୋକଙ୍କ ଟିକସରୁ ବେତନ ଦେଇ ସରକାର ଜଣେ ସ୍ୱତନ୍ତ୍ର ଅଧିକାରୀ, ପ୍ରକଳ୍ପ ପରିଚାଳକଙ୍କ ସମେତ ୧୨ଜଣ କର୍ମଚାରୀ ନିୟୋଜିତ କରିଛନ୍ତି। ଏହାର ସଫଳ ରୁପାୟନ ପାଇଁ ଆକସୁସ ନାମକ ଏକ ବେସରକାରୀ ଅନୁଷ୍ଠାନର ସହାୟତା ନିଆଯାଇଛି। ସେମାନେ ମଧ୍ୟ ୩୦ରୁ ଅଧିକା କର୍ମଚାରୀ ନିୟୋଜିତ କରିଛନ୍ତି। ତେବେ ବାଡ ଯଦି ଫସଲ ଖାଇଯିବ, ତେବେ ଗୁହାରି କରିବା କାହାକୁ ? ଟିମି ପୁଷିକାର ଅଭିଯୋଗ ପରେ ଏହା ଏକ ବଡ ପ୍ରଶ୍ନ ରହିଛି।

Leave A Reply

Your email address will not be published.