Latest Odisha News

BREAKING NEWS

ବରଗଡ଼ରେ ମତଦାନ ବେଳେ ଅଟୋ ଚାଳକଙ୍କୁ ହତ୍ୟା ଘଟଣା, ଦୁଇ ପୁଲିସ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ବରଗଡ଼ ମତଦାନ କେନ୍ଦ୍ର ନିକଟରେ ଜଣେ ଅଟୋ ଚାଳକଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହତ୍ୟା ଘଟଣାର ୪ ଦିନ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତମାନେ ନିଶାସକ୍ତ ଅବସ୍ଥାରେ ଥିଲେ। ଏହା ଜଣାପଡ଼ିବା ପରେ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀ ବରଗଡ଼ ସଦର ଥାନା ଆଇଆଇସି ଓ ଅବକାରୀ ଥାନା ଅଧିକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲା ବାହାରକୁ ସ୍ଥାନାନ୍ତର କରିବାକୁ ଡିଜିପି ଓ ଅବକାରୀ କମିସନରଙ୍କୁ ଏହି ନିର୍ଦ୍ଦେଶ ହୋଇଛି।

ଗତ ୨୦ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ବରଗଡ଼ ଜିଲ୍ଲା ବରଗଡ଼ ବିଧାନସଭା ଆସନ ଅନ୍ତର୍ଗତ ସରସରା ଗ୍ରାମରେ ଥିବା ଏକ ମତଦାନ କେନ୍ଦ୍ରରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଏହାପରେ ଆତଙ୍କ ଖେଳିଯାଇଥିଲା। ମଦ୍ୟପାନ ଯୋଗୁଁ ହୋଇଥିବା ଏହି ହତ୍ୟାକାଣ୍ଡକୁ ପୁଲିସ ପୂର୍ବ ଶତ୍ରୁତା ବୋଲି କହିଛି।

ସୂଚନା ଅନୁଯାୟୀ, ସରସରା ଗ୍ରାମର ଅଟୋ ଚାଳକ ବିଶ୍ୱନାଥ ମିର୍ଧାଙ୍କର ଅଶୋକ ମହାନନ୍ଦ ନାମକ ଜଣେ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ହୋଇଥିଲା।

ଅପରାହ୍ନ ପ୍ରାୟ ୧୨ଟା ବେଳେ ଅଟୋ ଭିତରେ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖି ଗ୍ରାମବାସୀ ତାଙ୍କୁ ନିକଟସ୍ଥ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ସେଠାରୁ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଶରୀରରେ ୫ରୁ ୬ଟି ଛୁରୀ ମାଡ଼ର ଚିହ୍ନ ରହିଥିଲା। ଏହି ଘଟଣା ଯୋଗୁଁ ଗାଁରେ ମତଦାନ ସାମୟିକ ଭାବେ ବାଧାପ୍ରାପ୍ତ ହୋଇଥିଲା।

Comments are closed.