Latest Odisha News

BREAKING NEWS

ଯୁବକଙ୍କ ଦେଶୀ ଯୋଗାଡ଼: ନଳକୂପରୁ ବାହାରୁଛି ପାଣି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନିଆରା ଭିଡିଓ ଦେଖିବାକୁ ମିଳିଥାଏ । ସେଥିମଧ୍ୟରେ କେତେକ ଦେଶୀ ଯୋଗାଡ଼ ମଧ୍ୟ ରହିଥାଏ । ଯାହାକୁ ବ୍ୟବହାର କରି ଅନେକ ଲୋକ ଉପକୃତ ମଧ୍ୟ ହୋଇଥାନ୍ତି । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏଥିରେ ଏକ ନଳକୂପରୁ କିପରି ଅତି ସହଜରେ ପାଣି ବାହାରି ପାରୁଛି, ତାହା ଦେଖିବାକୁ ମିଳିଛି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ଦେଶୀ ଯୋଗାଡ଼ ସାହାଯ୍ୟରେ ନଳକୂପରୁ ପାଣି ବାହାର କରିବାର ଉପାୟ କରିଛନ୍ତି । ଯୁବକ ଜଣଙ୍କ ଏକ ପୁରୁଣା ସାଇକେଲ ଚେନ, ପେଡାଲ, ତାର ଏବଂ ଏକ ସୁଇଚ ସାହାଯ୍ୟରେ ଏହା ପ୍ରସ୍ତୁତ କରିଛନ୍ତି । ସେ ଏକ ତାରକୁ ଏକ ଇଲେକ୍ଟ୍ରିକ ସୁଇଚ ସହିତ ସଂଯୋଗ କରି ଏକ ମୋଟର ସ୍ଥାପନ କରିଛନ୍ତି । ଯେଉଁଥିରେ ଏକ ସାଇକେଲ ଚେନ-ପେଡାଲ ହ୍ୟାଣ୍ଡ ପମ୍ପ ପାଇପରେ ସଂଯୁକ୍ତ ହୋଇଛି । ସୁଇଚ ମାରିବା ମାତ୍ରେ ହ୍ୟାଣ୍ଡ ପମ୍ପ (ନଳକୂପ) ଆପେ ଆପେ ଚାଲିବା ଆରମ୍ଭ କରେ । ପରେ ଏଥିରୁ ଜଳ ବାହାରୁଛି । ଯୁବକଙ୍କ ଏପରି ଉଦ୍ୟମକୁ ଲୋକେ ଖୁବ୍ ପସନ୍ଦ କରିବା ସହ ପ୍ରଶଂସା କରିଛନ୍ତି ।

Comments are closed.