Latest Odisha News

ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଫୁଲକୋବି ଖାଇବା ଠାରୁ ଦୂରେଇ ରୁହନ୍ତୁ..

ଭୁବନେଶ୍ବର: ବର୍ତ୍ତମାନ ଶୀତର ଆଗମନ ଧିରେ ଧିରେ ହେବାକୁ ଲାଗିଲାଣି । ଆଉ ଶୀତ ଋତୁରେ ଅନେକ ରକମର ପରିବା ଉପଲବ୍ଧ ହୋଇଥାଏ । ସେଥିମଧ୍ୟରୁ ଫୁଲକୋବି ଅନ୍ୟତମ । ଅନେକ ଲୋକ ଫୁଲକୋବି ଖାଇବାକୁ ବେଶ୍ ପସନ୍ଦ କରନ୍ତି । ସେ ତରକାରୀ ହେଉ ଭଜା କିମ୍ବା କୋବି ପକୋଡା କି ଚିଲି କୋବି । ଏହିପରି ଭାବେ ଫୁଲକୋବି ରୁ ଅନେକ ସ୍ବାଦିଷ୍ଟ ଖାଇବା ରାନ୍ଧି ଖାଇବାର ମଜା ନେଇଥାନ୍ତି ଲୋକେ ।

ତେବେ ଏହାର ସ୍ବାଦ ଯେପରି ଏଥିରେ ଭିଟାମିନ୍ ମଧ୍ୟ ସେହି ମାତ୍ରାରେ ଭରପୂର ପରିମାଣରେ ଥାଏ । ଫୁଲକୋବିରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ବି ଓ ଭିଟାମିନ୍ ସି ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ । ହେଲେ ଏହା ସମସ୍ତଙ୍କ ସ୍ବାସ୍ଥ୍ୟ ପାଇଁ ଉପକାରୀ ନୁହେଁ । କେତେକଙ୍କ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ସାଜିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସମସ୍ୟା ଥିବା ଲୋକେ ଫୁଲକୋବି ଖାଇବା ଉଚିତ୍ ନୁହେଁ…

ରକ୍ତ ଜମାଟ ବାନ୍ଧିବା- ଫୁଲକୋବିରେ ପୋଟାସିୟମ୍ ଭରପୂର ମାତ୍ରାରେ ଥାଏ ତେଣୁ ଯଦି ଆପମଙ୍କର ରକ୍ତ ଜମାଟ ବାନ୍ଧୁଛି, ତେବେ ଫୁଲକୋବି ଆଦୌ ଖାଆନ୍ତୁ ନାହିଁ । ଫୁଲକୋବି ଖାଇବା ଦ୍ୱାରା ରକ୍ତ ଆହୁରି ଗାଢ ହୋଇପାରେ । ତେଣୁ ଆପଣ ଏହାକୁ ଆଦୌ ଖାଆନ୍ତୁ ନାହିଁ ।

ଗ୍ୟାଷ୍ଟ୍ରିକ ସମସ୍ୟା- ଏବେକା ସମୟରେ ଗ୍ୟାଷ୍ଟ୍ରିକ ମୁଖ୍ୟ ସମସ୍ୟା ପାଲଟିଛି । ଯେଉଁମାନଙ୍କର ଗ୍ୟାଷ୍ଟ୍ରିକ ଏବଂ ଅମ୍ଳତା ସମସ୍ୟା ଥାଏ, ସେମାନେ ଅଳ୍ପ ପରିମାଣର ଫୁଲକୋବି ଖାଇବା ଉଚିତ୍ । ଏଥିରେ କାର୍ବୋହାଇଡ୍ରେଟ୍ ଥିବାରୁ ହଜମ ସମସ୍ୟାକୁ ବଢାଇଥାଏ । ତେଣୁ ନିୟମିତ ଭାବେ ଗ୍ୟାଷ୍ଟ୍ରିକ ସମସ୍ୟାର ସମ୍ମୁଖୀନ ହେଉଥିଲେ କମ୍ ପରିମାଣରେ କିମ୍ବା ଆଦୌ ଫୁଲକୋବି ଖାଆନ୍ତୁ ନାହିଁ ।

ଷ୍ଟୋନ ବା ପଥର ସମସ୍ୟା- ଯଦି ଆପଣଙ୍କ ଶରୀରେ ପଥର ସମସ୍ୟା ଅଛି, ଯେପରିକି ଗଲ୍ ବ୍ଲଡର୍ ଓ କିଡନୀରେ । ତେବେ ଫୁଲକୋବି ସେବନ କରିବା ଠାରୁ ଦୁରେଇ ରୁହନ୍ତୁ । ଫୁଲକୋବିରେ କ୍ୟାଲସିୟମ ଥାଏ, ଯାହା ପଥର ସମସ୍ୟାକୁ ଆହୁରି ବଢାଇପାରେ ।

ଥାଇରଏଡ୍ ରୋଗୀ- ଥାଇରଏଡ୍ ରୋଗୀଙ୍କ ପାଇଁ ସବୁଠୁ ବିପଦପୂର୍ଣ୍ଣ ହେଉଛି ଫୁଲକୋବି । ଏହା ଥାଇରଏଡ୍ ସମସ୍ୟାକୁ ଆହୁରି ବଢାଇଥାଏ । ଫୁଲକୋବି ବିଶେଷତଃ ଟି୩ ଏବଂ ଟି୪ ହରମୋନର ସ୍ତରକୁ ପ୍ରଭାବିତ କରିଥାଏ । ଫୁଲକୋବି ଖାଇବା ଦ୍ୱାରା ଥାଇରଏଡ ଗ୍ରନ୍ଥିରେ ଆୟୋଡିନ୍ ବ୍ୟବହାର କରିବାର କ୍ଷମତା କମିଯାଏ । ତେଣୁ, ଥାଇରଏଡ୍ ରୋଗୀ ଫୁଲକୋବି ଖାଇବା ଆଦୌ ଠିକ୍ ହେବନାହିଁ ।

ଗର୍ଭାବସ୍ଥାରେ ଫୁଲକୋବି ଖାଆନ୍ତୁ ନାହିଁ- ଗର୍ଭାବସ୍ଥାରେ ଗ୍ୟାସ୍ ଓ ଅମ୍ଳତା ସମସ୍ୟା ଦେଖାଦେବା ସାଧାରଣ କଥା ତେଣୁ ଫୁଲକୋବି ଖାଇବାଠାରୁ ଦୂରେଇ ରହିବା ଉଚିତ୍ ।

Comments are closed.