Latest Odisha News

ଡକ୍ଟର ସତ୍ୟାନନ୍ଦ ପଣ୍ଡାଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀରେ ୬ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ 

ପାରାଦୀପ: ଡ. ସତ୍ୟାନନ୍ଦ ପଣ୍ଡା ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ଅନଗ୍ରସର ତଥା ପ୍ରତିଭାବାନ ୬ ଜଣ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ପ୍ରଦାନ କରାଯାଇଛି।ଡକ୍ଟର ସତ୍ୟାନନ୍ଦ ପଣ୍ଡାଙ୍କ ତିରୋଧାନର ଷଷ୍ଠ ବାର୍ଷିକୀ ଅବସରରେ ଏହି ବୃତ୍ତି ପ୍ରଦାନ କରାଯାଇଛି।ପାରାଦୀପ ଅଂଚଳର ବିଶିଷ୍ଟ ଶିକ୍ଷାବିତ, ଲେଖକ, ସଂଗଠକ, ଏକାତ୍ମକ ଶିକ୍ଷାନୁଷ୍ଠାନର ମାର୍ଗଦର୍ଶକ ସ୍ଵର୍ଗତଃ ଡକ୍ଟର ସତ୍ୟାନନ୍ଦ ପଣ୍ଡା। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଝିମାଣୀ ଗ୍ରାମର ଜନତା ନୋଡାଲ ସ୍କୁଲରେ ଏହି ବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଶୁଭଶ୍ରୀ ସାହୁ, ରୁଦ୍ର ସାମନ୍ତରାୟ, ଶୁଭସ୍ମିତା ନାଏକ, ଦୀପକ ସ୍ବାଇଁ, ଶୁଭସ୍ମିତା ଦାସ ଏବଂ ଶୁଭସ୍ମିତା ସ୍ବାଇଁଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଡ. ପଣ୍ଡାଙ୍କ ଭଉଣୀ ରାଧାରାଣୀ ତ୍ରିପାଠୀ, ଜନତା ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷକ ଜାନକୀ ବଲ୍ଲଭ ମହାନ୍ତି ଓ ପୂର୍ବତନ ଶିକ୍ଷକ କିଶୋର ଚନ୍ଦ୍ର ପଣ୍ଡାଙ୍କ ସମେତ ଡ. ସତ୍ୟାନନ୍ଦ ପଣ୍ଡା ମେମୋରିଆଲ ଟ୍ରଷ୍ଟର ସଦସ୍ୟ ହାରିକା ପ୍ରସାଦ ତ୍ରିପାଠୀ, ନିମାଇଁ ଚରଣ ଚୌଧୁରୀ ଓ ପ୍ରକାଶ ଚନ୍ଦ୍ର ପଣ୍ଡା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ଚେକ୍ ପ୍ରଦାନ କରିଥିଲେ ।

ଉପକୂଳ ଓଡ଼ିଶାର ମତ୍ସ୍ୟଜୀବୀ ସମ୍ପ୍ରଦାୟ ଉପରେ ଗବେଷଣା କରି ନୃତତ୍ତ୍ବ ବିଜ୍ଞାନରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିବା ଡାକ୍ତର ପଣ୍ଡା ରାଜ୍ୟର ପ୍ରଥମ ବ୍ୟକ୍ତି ଥିଲେ।ଏହି ଅବସରରେ ଉଭୟ ଅନୁଷ୍ଠାନର କର୍ମଚାରୀଙ୍କ ବ୍ୟତୀତ ଟ୍ରଷ୍ଟର ସଦସ୍ୟ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଡ. ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳର ୨୭ ଜଣ ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀଙ୍କୁ ଟ୍ରଷ୍ଟ ପକ୍ଷରୁ ବୃତ୍ତି ପ୍ରଦାନ କରାଯାଇଛି।

 

 

Comments are closed.