Latest Odisha News

BREAKING NEWS

ସଡ଼କ ସୁରକ୍ଷା ଉପରେ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ଏପ୍ରିଲ ୨୨ରେ ହେବ ବୈଠକ

ଭୁବନେଶ୍ୱର: ସଡକ ଦୁର୍ଘଟଣା ରୋକିବାକୁ ହେବ ସଚେତନତା କାର୍ଯ୍ୟକ୍ରମ । ସାମିଲ ହେବେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ। ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ଏପ୍ରିଲ ୨୨ରେ ସଡକ ସୁରକ୍ଷା ଉପରେ ଏହିପରି ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଏପ୍ରିଲ୍ ୨୨ରେ ସ୍କୁଲର ଶେଷ କ୍ଲାସରେ ଏପରି ଏକ ଆଲୋଚନା ଚକ୍ର ହେବ ଯେଉଁଥିରେ ସମସ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପିତାମାତା ଏଥିରେ ସାମିଲ ହେବେ। ଅଭିଜ୍ଞ ଶିକ୍ଷକମାନଙ୍କୁ ଦ୍ୱାରା ଏହି କାର୍ଯ୍ୟକ୍ରମ କରାଇବାକୁ ଓଏସଇପିଏ  ନିର୍ଦ୍ଦେଶ ଦେଇଛି।

ବିଜ୍ଞପ୍ତିରେ କୁହାଯାଇଛି, ବେଳେବେଳେ ପିଲାମାନଙ୍କୁ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡେ। ଏହି ଘଟଣା ପଛରେ ଟ୍ରାଫିକ ନିୟମ ବିଷୟରେ ସଚେତନତାର ଅଭାବ ଅନ୍ୟତମ। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟମ ବିଷୟରେ ସଚେତନ କରାଇବାକୁ ସଂପୃକ୍ତ ବିଭାଗ ନିଷ୍ପତ୍ତି ନେଇଛି। ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀର ସମସ୍ତ ପିଲାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦିଆଯିବ ଯେ ନିୟମ କାହିଁକି ଅଛି ଏବଂ ଗାଡି ଚଳାଇବା ପାଇଁ ରାସ୍ତାକୁ ସୁରକ୍ଷିତ ରଖିବାରେ ସେମାନେ କାହିଁକୁ ଗୁରୁତ୍ୱ ଦେବେ।

ଏକ ଶୃଙ୍ଖଳିତ ସମାଜ ପାଇଁ ନିୟମ ତିଆରି ହୋଇଛି। ଯଦି କୌଣସି ନିୟମ ନାହିଁ ତାହେଲେ ସମସ୍ତେ ନିଜନିଜ ମନଇଚ୍ଛାରେ କାମ କରିବାକୁ ଚାହିଁଲେ ଚାରିଆଡ଼େ ବିଶୃଙ୍ଖଳା ହେବ। ଯେମିତି ଜଣେ ଘରେ କେମିତି ଚଳିବ, ସ୍କୁଲରେ କେମିତି ଚଳିବ ସାଧାରଣ ଲୋକଙ୍କ ସହ କେମିତି ମିଶିବ ସେଥିପାଇଁ କୌଣସି ପାଠ୍ୟକ୍ରମରେ ଲେଖାଯାଇନି କିନ୍ତୁ ଜଣେ ଶିଖିବା ଦରକାର । ଯଦିଓ ଏହି ସବୁ ନଶିଖିଲେ କୌଣସି ଆଇନ ଦ୍ୱାରା ଦଣ୍ଡିତ ହେବାର ସମ୍ଭାବନା ନାହିଁ କିନ୍ତୁ ସମାଜରେ ବଞ୍ଚିବାକୁ ହେଲେ ଆମକୁ ଏହା ଶିଖିବା ଜରୁରୀ। ତେଣୁ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ମଧ୍ୟ ଅଛି ଯାହା ତିଆରି ହୋଇଛି ଏବଂ ସମାଜର ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ।

ଏହି ନିୟମଗୁଡିକ ଆଇନ ଭାବରେ ଜଣାଶୁଣା ଏବଂ ଏହି ନିୟମ ଭାଙ୍ଗିବା ଦ୍ୱାରା ଜେଲ କିମ୍ବା ଦଣ୍ଡ ଭଳି ଗୁରୁତର ପରିଣାମ ହୋଇପାରେ। ସମାନ ଭାବରେ ରାସ୍ତାରେ, ଯଦି ଆମେ ଟ୍ରାଫିକ ନିୟମ ପାଳନ କରୁନାହୁଁ ତେବେ ଠିକ୍ ସମୟରେ କେହି ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Leave A Reply

Your email address will not be published.