Latest Odisha News

BREAKING NEWS

ସାଇବର ଅପରାଧର ସଚେତନତା କାର୍ଯ୍ୟକ୍ରମ

କଟକ: କଟକରେ ସାଇବର ଅପରାଧର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମର୍କତନଗରର ଶକୁନ୍ତଳା ମଣ୍ଡପରେ ସାଇବର ଅପରାଧ ସେଲ ବିଭାଗ ଓ ସହରାଞ୍ଚଳ ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ନେଇ ଏହି କାର୍ଯ୍ୟକ୍ରମ ହୋଇଥିଲା।

BjdElectrycity

ଟୁଇନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ ସାଇବର ଅପରାଧର ବିଷୟବସ୍ତୁ ଉପରେ ବରିଷ୍ଠ ନାଗରିକଙ୍କୁ ବୁଝାଇଥିଲେ। ସାଇବର ଅପରାଧରେ ନିଜକୁ କିଭଳି ସୁରକ୍ଷା ରଖିପାରିବେ ସେ ସମ୍ପର୍କରେ ଡିସିପି ପ୍ରତୀକ ସିଂ ଅବଗତ କରାଇଥିଲେ। ସାଇବର ସେଲର ଏକ୍ସପୋର୍ଟରମାନେ ଏହାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ବିଷୟରେ କହିଥିଲେ।

ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକମାନେ ଯୋଗଦେଇ ନିଜସ୍ୱ ମତ ରଖିଥିଲେ। ମର୍କତନଗର ଥାନାର ସମସ୍ତ କର୍ମଚାରୀମାନେ ପରିଚାଳନା କରିବା ସହ ଜୋନ ୩ ଏସିପି ତାପସ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।

Leave A Reply

Your email address will not be published.