Latest Odisha News

BREAKING NEWS

ଅଯୋଧ୍ୟା ବରିଷ୍ଠ ନାଗରିକଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ତୀର୍ଥ ଯୋଜନାରେ ଅନ୍ତର୍ଭୁକ୍ତ: କେଜ୍ରିୱାଲ

ଦିଲ୍ଲୀ: ଅଯୋଧ୍ୟାକୁ ବର୍ତ୍ତମାନ ବରିଷ୍ଠ ନାଗରିକମାନଙ୍କ ପାଇଁ ଦିଲ୍ଲୀ ସରକାର ତୀର୍ଥ ଯାତ୍ରା ଯୋଜନାରେ ସାମିଲ କରିଛନ୍ତି। ଖୁବ୍ ଶୀଘ୍ର ବରିଷ୍ଠ ନାଗରିକମାନେ ଅଯୋଧ୍ୟା ପରିଦର୍ଶନ କରି ଦିଲ୍ଲୀ ସରକାରଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ତୀର୍ଥଯାତ୍ରାରେ ଶ୍ରୀ ରାମ ଜନ୍ମଭୂମି ମଣ୍ଡପରେ ପ୍ରାର୍ଥନା କରିପାରିବେ। ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଘୋଷଣା କରିଛନ୍ତି।

ବୃଦ୍ଧ ଲୋକଙ୍କ ପାଇଁ ଏହା ନିଃଶୁଳ୍କ ହେବ। ସେମାନେ ନିଜ ସହ ଜଣେ ସମ୍ପର୍କୀୟଙ୍କୁ ମଧ୍ୟ ନେଇଯାଇପାରିବେ। ଆମ ଦିଲ୍ଲୀର ଯେଉଁ ବୃଦ୍ଧ ବ୍ୟକ୍ତି ଆଯୋଧ୍ୟାରେ ରାମଲଲାଙ୍କ ଦର୍ଶନ କରିବାକୁ ଚାହିଁବେ ସେମାନଙ୍କୁ ଦିଲ୍ଲୀ ସରକାର ମାଗଣାରେ ଅଯୋଧ୍ୟା ଦର୍ଶନ କରାଇବେ। ସେ କହିଲେ, କରୋନା ମହାମାରୀ ଯୋଗୁଁ ଗୋଟିଏ ବର୍ଷରୁ ଅଧିକ ସମୟ ହେଲା ରୋକାଯାଇଥିବା ମୁଖ୍ୟମନ୍ତ୍ରୀ ତୀର୍ଥ ଯୋଜନା ଗୋଟିଏ ମାସରେ ଆରମ୍ଭ ହେବାର ସମ୍ଭାବନା ରହିଛି।

ଏଠାରେ ସୂଚନା ଅନୁଯାୟୀ, ଦିଲ୍ଲୀର ସିଏମ୍ କେଜ୍ରିୱାଲ ମଙ୍ଗଳବାର ଅଯୋଧ୍ୟାର ପ୍ରସିଦ୍ଧ ହନୁମାନଗଢ଼ୀ ମନ୍ଦିର ଏବଂ ରାମ ଜନ୍ମଭୂମି ସ୍ଥଳର ଦର୍ଶନ କରିଥିଲେ। ମନ୍ଦିରରେ ପୂଜାର୍ଚ୍ଚନା କଲା ପରେ କେଜ୍ରିୱାଲ କହିଲେ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ତୀର୍ଥ ଯୋଜନା ଚାଲୁଛି। ଏହାଦ୍ୱାରା ଦିଲ୍ଲୀର ଲୋକଙ୍କୁ ବୈଷ୍ଣୋ ଦେବୀ, ରାମେଶ୍ୱରମ୍, ଦ୍ୱାରକାପୁରୀ, ହରିଦ୍ୱାର, ଋଷିକେଶ, ମଥୁରା ଏବଂ ବୃନ୍ଦାବନ ସମେତ ବିଭିନ୍ନ ତୀର୍ଥସ୍ଥଳୀର ଯାତ୍ରା କରାଯାଉଛି। ଏବେ ଦିଲ୍ଲୀର ଲୋକଙ୍କୁ ଅଯୋଧ୍ୟାର ମଧ୍ୟ ମାଗଣା ଦର୍ଶନ କରାଇବୁ। ସେ କହିଥିଲେ ଏହି ବାବଦରେ ବୁଧବାର ଦିଲ୍ଲୀ ସରକାରଙ୍କ ବିଶେଷ କ୍ୟାବିନେଟ୍ ବୈଠକ ବସିବ। ଯେଉଁଥିରେ ଏହି ନିଷ୍ପତି ଉପରେ ମୋହର ଲାଗିବ।

Comments are closed.