ଅଯୋଧ୍ୟା: ଝଲସି ଉଠିଲା ରାମ ନଗରୀ ଅଯୋଧ୍ୟା । କେଉଁଠି ଲେଜର ଲାଇଟର ଅଦ୍ଭୁତ ଦୃଶ୍ୟ ତ କେଉଁଠି ମନମୋହକ ରଙ୍ଗୋଲି । ଅଯୋଧ୍ୟାର ସରଜୁ ନଦୀ କୂଳରେ ଜଳିଲା ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ। ୧୧୨୧ ବ୍ୟକ୍ତି ପର୍ଯ୍ୟାୟକ୍ରମେ ଆରତି କରିଛନ୍ତି। ଏହା ସହିତ ଦୁଇ ଦୁଇଟି ବଡ଼ ରେକର୍ଡ ସୃଷ୍ଟି କରିଛି ଏଥରର ଦୀପାବଳି । ଚଳିତବର୍ଷର ଦୀପୋତ୍ସବରେ ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ ଜାଳି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।
କହିରଖୁଛୁ ଯେ ୫୦୦ ବର୍ଷ ପରେ ଅଯୋଧ୍ୟାରେ ଏହା ପ୍ରଥମ ଥର ଯେ, ଅଯୋଧ୍ୟାବାସୀ ରାମଲାଲାଙ୍କ ଉପସ୍ଥିତିରେ ଦୀପାବଳି ପାଳନ କରୁଛନ୍ତି। ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରଣ ପ୍ରତିଷ୍ଠା ପରେ ପ୍ରଥମ ଥର ପାଇଁ ଅଯୋଧ୍ୟାରେ ଏକସଙ୍ଗରେ ୫୫ ଘାଟରେ ୨୫ ଲକ୍ଷ ଦୀପ ସହିତ ଆଲୋକିତ ହୋଇଛି । ଗିନିଜ୍ ୱାର୍ଲ୍ଡ ରେକର୍ଡର ପରାମର୍ଶଦାତା ନିଶ୍ଚଲ ବାରୋଟଙ୍କ ନେତୃତ୍ୱରେ ୩୦ ଜଣିଆ ଟିମ୍ ୫୫ଟି ଘାଟରେ ଡ୍ରୋନ୍ ବ୍ୟବହାର କରି ଦୀପ ଗଣନା କରିଛନ୍ତି। ଅଧିକାରୀମାନେ ସ୍ଥାନୀୟ କାରିଗରଙ୍କଠାରୁ ୨୮ ଲକ୍ଷରୁ ଅଧିକ ଦୀପ ମଗାଇଥିବା ବେଳେ ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ ଜାଳିବାକୁ ସମର୍ଥ ହୋଇଥିଲେ। ଏହି ରେକର୍ଡ ବହୁ ସଂଖ୍ୟକ ଲୋକ ଏକାସାଙ୍ଗରେ ଦୀପ ଜାଳିବାକୁ ନେଇ କରାଯାଇଛି । କାର୍ଯ୍ୟକ୍ରମ ଶେଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଣେ ଗିନିଜ ଅଧିକାରୀଙ୍କଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ ।
ଦୀପୋତ୍ସବ ବେଳେ ମିଆଁମାର, ନେପାଳ, ଥାଇଲ୍ୟାଣ୍ଡ, ମାଲେସିୟା, କାମ୍ବୋଡିଆ ଓ ଇଣ୍ଡୋନେସିଆର କଳାକାରମାନେ ଆଧ୍ୟାତ୍ମିକ କଳା ପ୍ରଦର୍ଶନ କରିଥିଲେ। ଚଳିତ ବର୍ଷର ଦୀପୋତ୍ସବ ପାଇଁ ସାକେତ ମହାବିଦ୍ୟାଳୟ ପକ୍ଷରୁ ୧୮ଟି ଚିତାକର୍ଷକ ପ୍ରଜ୍ଞାପନ ମେଢ଼ ତିଆରି କରାଯାଇଥିଲା