Latest Odisha News

BREAKING NEWS

ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟଙ୍କ ୫ଦିନିଆ ଦୈନିକ ଶୁଣାଣିକୁ ମୁସଲିମ ପକ୍ଷର ବିରୋଧ

ନୂଆଦିଲ୍ଲୀ: ଅଯୋଧ୍ୟାର ବହୁଚର୍ଚ୍ଚିତ ରାମଜନ୍ମଭୂମି-ବାବରୀ ମସଜିଦ ମାମଲାରେ ସୁପ୍ରିମକୋର୍ଟ ଯେଉଁ ୫ ଦିନିଆ ଦୈନିକ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ ତାହାକୁ ଶୁକ୍ରବାର ଦିନ ବିରୋଧ କରିଛି ମୁସଲିମ ପକ୍ଷ । ଏହି ମାମଲାକୁ ନେଇ ଆଜି ଗଠିତ ଖଣ୍ଡପୀଠର ଶୁଣାଣି ଚାଲିଥିବା ସମୟରେ ହିଁ ମୁସଲିମ ପକ୍ଷର ଓକିଲ ରାଜୀବ ଧାୱନ ଏହି ୫ଦିନିଆ ଶୁଣାଣି ପ୍ରକ୍ରିୟାକୁ ଘୋର ବିରୋଧ କରିଛନ୍ତି ।

ଦେଶର ସବୁଠୁ ଚର୍ଚ୍ଚିତ ଏହି ଅଯୋଧ୍ୟା ମାମଲା ଶୁଣାଣୀ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିଲା । ଏହି ଖଣ୍ଡପୀଠରେ ଅନ୍ୟ ଯେଉଁ ବିଚାରପତିମାନେ ଉପସ୍ଥିତ ରହିଥିଲେ ସେମାନେ ହେଲେ ଜଷ୍ଟିସ ଏଏସଏ ବୋବଡ଼େ, ଡ଼ି ୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ ଅବଦୁଲ୍ ନଜୀର ।

ଏହି ମାମଲାର ଶୁଣାଣି ଚାଲିଥିବା ସମୟରେ ମୁସଲିମ ପକ୍ଷ ଓକିଲ ଶ୍ରୀ ଧାୱନ କହିଥିଲେ ଯେ, ଗୋଟିଏ ସପ୍ତାହର ୫ ଦିନ ଯଦି ଶୁଣାଣି ଚାଲିବ ତେବେ ଏହା ସମ୍ପୂର୍ଣ୍ଣ ରୂପେ ଅମାନବିକତା ହେବ । ଏହାଦ୍ୱାରା ଅଦାଲତଙ୍କ କୌଣସି ଲାଭ ହେବନାହିଁ ।

ଏସମ୍ପର୍କରେ ଅତାଲତ କହିଛନ୍ତି, ସପ୍ତାହର ୫ ଦିନ ଦୈନିକ ଶୁଣାଣି କରାଗଲେ ଦୁଇ ପକ୍ଷର ଓକିଲଙ୍କୁ ଯଥେଷ୍ଟ ସମୟ ମିଳିପାରିବ । ତେଣୁ ମାମଲାର ନିଷ୍କର୍ଷ ମିଳିପାରିବ ।

Leave A Reply

Your email address will not be published.