Latest Odisha News

BREAKING NEWS

ଅଯୋଧ୍ୟା ଜଙ୍କସନର ନାଁ ବଦଳି ହେଲା ‘ଅଯୋଧ୍ୟା ଧାମ’

ନୂଆଦିଲ୍ଲୀ: ବଦଳିଲା ଅଯୋଧ୍ୟା ଜଙ୍କସନର ନାମ। ଡିସେମ୍ବର ୩୦ରେ ଅଯୋଧ୍ୟାରେ ହେବାକୁ ଥିବା ରେଲଓ୍ବେ ଷ୍ଟେସନ ଏବଂ ଏୟାରପୋର୍ଟର ଉଦ୍‌ଘାଟନ ପୂର୍ବରୁ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇଛି। ଅଯୋଧ୍ୟା ରେଲଓ୍ବେ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇ ‘ଅଯୋଧ୍ୟା ଧାମ’ ନାମରେ ନାମିତ କରାଯାଇଛି। ଏନେଇ ରେଳବାଇ ନିର୍ଦ୍ଦେଶ ଜାରି କରିଛି।

ବିଜେପି ସାଂସଦ ଲଲ୍ଲୁ ସିଂହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ​ରେ ଏହି ସୂଚନା ଦେଇଛନ୍ତି।ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏହି ନାମ ପରିବର୍ତ୍ତନ ପାଇଁ ଉତ୍ତର ପ୍ରଦେଶ ସରକାର ଭାରତୀୟ ରେଳବାଇକୁ ଏକ ପ୍ରସ୍ତାବ ଦେଇଥିଲେ। ଯାହାକୁ ରେଲବାଇ ସ୍ବୀକାର କରିବା ସହ ଷ୍ଟେସନର ନାମ ପରିବର୍ତ୍ତନ କରିଛି।

ଅଯୋଧ୍ୟାରେ ଆସନ୍ତା ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହେବ। ଏହା ପୂର୍ବରୁ ଡିସେମ୍ବର ୩୦ରେ ପ୍ରଧାନମନ୍ତ୍ରୀ ନୂଆ ଏୟାରପୋର୍ଟରେ ଏବଂ ନବନିର୍ମିତ ରେଲଓ୍ବେ ଷ୍ଟେସନର ଉଦ୍‌ଘାଟନ କରିବେ । ଏହା ପରେ ନୂଆବର୍ଷରୁ ସାଧାରଣ ଯାତ୍ରୀମାନଙ୍କ ପାଇଁ ଖୋଲାଯିବ । ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ବନ୍ଦେ ଭାରତ ଏବଂ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବେ ।

 

 

Comments are closed.