Latest Odisha News

BREAKING NEWS

ଆୟୁର୍ବେଦିକ ଡାକ୍ତରଙ୍କ କଲେଜ ବନ୍ଦ ଆନ୍ଦୋଳନ

ପୁରୀ: ଆୟୁଷ ଛାତ୍ରଛାତ୍ରୀଙ୍କ କଲେଜ ବନ୍ଦ ଡାକରା। ଚଳିତ ବର୍ଷ ରାଜ୍ୟରେ ଥିବା ତିନୋଟି ସରକାରୀ ଆୟୁର୍ବେଦିକ କଲେଜରେ ଭିତ୍ତିଭୂମି ଓ ମାନବ ସମ୍ବଳ ଅଭାବ ଯୋଗୁଁ କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରି ଅଫ୍ ଆୟୁଷ ବିଭାଗ ଅନ୍ତର୍ଗତ “ଭାରତୀୟ ଚିକିତ୍ସା ପଦ୍ଧତି ଆୟୋଗ” ରାଜ୍ୟରେ ବିଭିନ୍ନ ଆୟୁର୍ବେଦିକ କଲେଜରେ ଥିବା ବି.ଏ.ଏମ.ଏସ ବା ବ୍ୟାଚଲର୍ ଅଫ୍ ଇଣ୍ଡିଆନ୍ ମେଡ଼ିସିନ ଆଣ୍ଡ ସର୍ଜରୀ ସ୍ନାତକ ଶିକ୍ଷା ସିଟ୍ ହ୍ରାସ କରିଛନ୍ତି। ଆୟୁଷ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦାବି ନେଇ ଜାରି ରହିଛି ଆନ୍ଦୋଳନ।

ଓଡ଼ିଶାରେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ପାଇଁ ମାତ୍ର ୫୬୨ ହୋମିଓପ୍ୟାଥିକ ଡାକ୍ତର ଏବଂ ୬୧୯ ଆୟୁର୍ବେଦିକ ଡାକ୍ତର ନିଯୁକ୍ତ ଅଛନ୍ତି। ଅର୍ଥାତ୍ ମୋଟ ୧୧୭୯ ସରକାରୀ ଆୟୁଷ ଡାକ୍ତର ଓଡ଼ିଶାରେ ସେବା ପ୍ରଦାନ କରୁଛନ୍ତି। ପ୍ରତି ୩,୭୦,୬୫୪ ବ୍ୟକ୍ତିରେ ମାତ୍ର ଜଣେ ଆୟୁଷ ଡାକ୍ତର ତାଙ୍କର ସେବା ପ୍ରଦାନ କରୁଛନ୍ତି। ଭାରତ ସରକାରଙ୍କର ଆୟୁଷ ମନ୍ତ୍ରାଳୟ ଅନୁସାରେ ଭାରତରେ ସମାନ ଭାବରେ ଆଧୁନିକ ଚିକତ୍ସା ଓ ଆୟୁଷ ଚିକତ୍ସାକୁ ପ୍ରାଧାନ୍ୟ ଦିଆଯିବା ଉଚିତ୍।

ପ୍ରଥମ ଦଫାରେ ୫୦୦ ଲେଖାଏଁ ଆୟୁଷ ଓ ୫୦୦ ହୋମିଓପାଥି ଡାକ୍ତର ଚିକିତ୍ସା ପଦାଧିକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୫୦୦ ହୋମିଓପାଥି ଡାକ୍ତର ପଦବୀ ତୁରନ୍ତ ଖୋଲିବା ଦାବିରେ ଅଲ୍ ଓଡିଶା ଆୟୁଷ ଛାତ୍ର ସଂଘ ପକ୍ଷରୁ ରାଜ୍ୟବ୍ୟାପୀ କଳା ବ୍ୟାଚ ଆନ୍ଦୋଳନ ପରେ ଆଜି ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ମହାବିଦ୍ୟାଳୟ ଛାତ୍ରଛାତ୍ରୀ କଳା ବ୍ୟାଚ୍ ପିନ୍ଧି ଶାନ୍ତି ଶୃଙ୍ଖଳାର ସହ ଶିକ୍ଷାଦାନ, ଡାକ୍ତରୀ ସେବା ସହ ଆନ୍ଦୋଳନ କରିବା ପରେ ଦାବି ପୂରଣ ହୋଇନଥିବାରୁ ଆଜି କଲେଜର ମୁଖ୍ୟ ଫାଟକ ସହ ବିଭିନ୍ନ ବିଭାଗରେ ତାଲା ପକାଇ ଅନିର୍ଦ୍ଧିଷ୍ଟକାଳ ଯାଏଁ ଚାଲିବ ବୋଲି କହିଛନ୍ତି।

Comments are closed.