ଅହମ୍ମଦାବାଦ: ବିଜୟ ହଜାରେ ଟ୍ରଫିରେ ମୁମ୍ବାଇର ଆୟୂଷ ମାହାତ୍ରେ ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ବିଶ୍ୱରେକର୍ଡ କରିଛନ୍ତି । ଆୟୂଷ ଲିଷ୍ଟ ଏ କ୍ରିକେଟରେ କମ ବୟସର ଖେଳାଳି ଭାବେ ୧୫୦ରୁ ଊର୍ଦ୍ଧ୍ୱ ରନ କରିଛନ୍ତି । ସେ ୧୧୭ ବଲରେ ୧୧ ଛକା ଓ ୧୫ ଚୌକା ସହାୟତାରେ ୧୮୧ ରନ କରିଥିଲେ । ଆୟୂଷ ୧୭ ବର୍ଷ ୧୬୮ ଦିନରେ ଏହି ସଫଳତା ହାସଲ କରିଛନ୍ତି । ଏହା ପୂର୍ବରୁ ଯଶସ୍ୱୀ ଜୈସୱାଲଙ୍କ ନାମରେ ଏହି ରେକର୍ଡ ରହିଥିଲା । ସେ ୧୭ ବର୍ଷ ୨୯୧ ଦିନରେ ୨୦୧୯ରେ ଝାରଖଣ୍ଡ ବିପକ୍ଷ ମ୍ୟାଚରେ ମୁମ୍ବାଇ ପକ୍ଷରୁ ଖେଳି କୀର୍ତିମାନ ସ୍ଥାପନ କରିଥିଲେ ।
ଆୟୂଷଙ୍କ ବିସ୍ଫୋରକ ଇନିଂସ ବଳରେ ମୁମ୍ବାଇ ୫୦ ଓଭରରେ ୭ ୱିକେଟ ବିନିମୟରେ ୪୦୩ ରନ କରିଥିଲା । ପୂର୍ବରୁ ମାହାତ୍ରେ ମହାରାଷ୍ଟ ବିପକ୍ଷ ମ୍ୟାଚରେ ୨୩୨ ବଲରେ ୧୭୬ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ମୁମ୍ବାଇ ସହଜରେ ଏହି ମ୍ୟାଚ ଜିତି ନେଇଥିଲା । ୧୯ ବର୍ଷରୁ କମ ଏସିଆ କପରେ ସେ ଭାରତୀୟ ଟିମ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଜାପାନ ଓ ୟୁଏଇ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ ।
Comments are closed.