ନୂଆଦିଲ୍ଲୀ: ବ୍ୟାଡମିଂଟନ ଏସିଆନ ଚାମ୍ପିୟନଶିପ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରି ଭାରତର ଆୟୂଷ ଶେଟ୍ଟୀ ଇତିହାସ ରଚିଥିଲେ । ସେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି । ସେ ଫାଇନାଲରେ ଚୀନର ଶୀ ୟୁଙ୍କ ନିକଟରୁ ୮-୨୧ ଓ ୧୦-୨୧ ହାରି ଯାଇଛନ୍ତି । ୨ଟି ଯାକ ଗେମରେ ଚୀନ ପ୍ରତିଦ୍ୱନ୍ଦ୍ୱୀ ତାଙ୍କୁ ମ୍ୟାଚରେ ପ୍ରତ୍ୟାବର୍ତନ କରିବା ପାଇଁ କୌଣସି ସୁଯୋଗ ଦେଇ ନଥିଲେ ।
ଅଭିଜ୍ଞତାର ଅଭାବ ଆୟୂଷଙ୍କୁ ବ୍ୟାକଫୁଟକୁ ଠେଲି ଦେଇଥିଲା । ଏଚଏସ ପ୍ରଣୟଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଭାବେ ଏସୀୟ ଚାମ୍ପିୟନଶିପରେ ପୋଡିୟମ ଫିନିଶ କରିଛନ୍ତି । ସେମିରେ ସେ ଥାଇଲାଣ୍ଡର କୁନାଲବୁତ ୱିଟିଡର୍ସନଙ୍କୁ ପରାଜିତ କରିଥିଲେ । ୧୯୬୫ରେ ଦୀନେଶ ଖାନ୍ନା ଏହି ଚାମ୍ପିୟନଶିପରେ ପ୍ରଥମ ଭାରତୀୟ ଭାବେ ପୁରୁଷ ସିଙ୍ଗଲ୍ସରେ ଟାଇଟଲ ହାସଲ କରିଥିଲେ ।