ନୂଆଦିଲ୍ଲୀ: ଭାରତର ଯୁବ ବ୍ୟାଡମିଂଟନ ଖେଳାଳି ଆୟୂଷ ଶେଟ୍ଟୀ ପୁରୁଷ ସିଙ୍ଗଲ୍ସ ବିଭାଗରେ ଇତିହାସ ରଚିଛନ୍ତି । ୬୦ ବର୍ଷ ପରେ ପ୍ରଥମ ଭାରତୀୟ ଭାବେ ଏସିଆନ ବ୍ୟାଡମିଂଟନ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛନ୍ତି । ତାଙ୍କ ପୂର୍ବରୁ ଦୀନେଶ ଖାନ୍ନା ୧୯୬୫ରେ ସିଙ୍ଗଲ୍ସ ଟାଇଟଲ ଜିତିଥିଲେ । ୨୦୨୩ରେ ସାତ୍ୱିକ ସାଇରାଜ ଓ ଚିରାଗ ଶେଟ୍ଟୀ ଡବଲ୍ସ ଟାଇଟାଲ ହାସଲ କରିଥିଲେ । ସେମିଫାଇନାଲରେ ଭାରତର ଆୟୂଷ ବିଶ୍ୱର ଏକ ନମ୍ବର ଖେଳାଳି ଥାଇଲାଣ୍ଡର କୁଲ୍ଲାବତ ବିତିଦର୍ସନଙ୍କୁ ୧୦-୨୧, ୨୧-୧୯ ଓ ୨୧-୧୭ରେ ପରାଜିତ କରିଥିଲେ ।
ଟାଇଟଲ ମୁକାବିଲାରେ ଆୟୂଷ ଚାଉ ତିୟେନ ଚେନ ଓ ଶୀ ୟୁକଙ୍କ ମଧ୍ୟରେ ହେବାକୁ ଥିବା ମ୍ୟାଚର ବିଜେତାଙ୍କୁ ଭେଟିବେ । ପୂର୍ବରୁ ଦୀନେଶ ଲକ୍ଷ୍ନୌରେ ଖେଳା ଯାଇଥିବା ଚାମ୍ପିୟନଶିପରେ ଥାଇଲାଣ୍ଡର ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଭାରତ ପାଇଁ ପ୍ରଥମ ଟାଇଟଲ ହାସଲ କରିଥିଲେ ।