Latest Odisha News

BREAKING NEWS

ଗ୍ଲୋବାଲ୍ ଷ୍ଟେଜ୍‌ରେ ଗୀତା ପଢି ଚର୍ଚ୍ଚାରେ ଆୟୁଷ୍ମାନ

ମୁମ୍ବାଇ: ଗ୍ଲୋବାଲ୍ ଷ୍ଟେଜ୍‌ରେ ଗୀତା ପଢିଲେ ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନା । ଏହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ । ଆୟୁଷ୍ମାନ ଖୁରାନାଙ୍କୁ ଚଳିତ ବର୍ଷ ଟାଇମ ୧୦୦ ଇମ୍ପାକ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି । ଆୱାର୍ଡ ଆୟୁଷ୍ମାନ ଭଗବତ୍ ଗୀତା ପାଠ କରି ଏହି ମୁହୂର୍ତ୍ତକୁ ଆହୁରି ସ୍ୱତନ୍ତ୍ର କରିଥିଲେ । ସିଙ୍ଗାପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କାର ଗ୍ରହଣ କରୁଥିବାବେଳେ ଆୟୁଷ୍ମାନ ଭଗବଦ ଗୀତାର ଗୋଟିଏ ଶ୍ଲୋକ ପାଠ କରିଥିଲେ । ତାଙ୍କ ଅଭିଭାଷଣରେ ଅଭିନେତା କହିଥିଲେ, ‘ଆମେ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ, ମୁଁ ଆମର ଭାରତୀୟ ହିନ୍ଦୁ ଶାସ୍ତ୍ର ଭଗବଦ ଗୀତାର ଏକ ଶ୍ଲୋକ ପାଠ କରିବାକୁ ଚାହୁଁଛି । ଏହା ପରେ ସେ ଗୀତାପାଠ କରିଥିଲେ ।

ନିକଟରେ ତାଙ୍କ ଅଭିନିତ ଫିଲ୍ମ ‘ଡ୍ରିମ ଗାର୍ଲ ୨’ ରିଲିଜ୍ ହୋଇଥିଲା । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମର ସଫଳତାକୁ ନେଇ ସେ ଖୁବ୍ ଖୁସି ଅଛନ୍ତି । ନିକଟରେ ଫିଲ୍ମ ୧୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିବା ପରେ ସେ ପ୍ରଶଂସକଙ୍କ ସହ ପାର୍ଟି କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଅଭିନୟ ସହିତ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଆୟୁଷ୍ମାନ ଖୁରାନା ଧୀରେ ଧୀରେ ତାଙ୍କ ସଫଳତାର ତାଲିକା ବଢ଼ାଇଛନ୍ତି । କ୍ରମାଗତ ଫ୍ଲପ ଫିଲ୍ମ ପରେ ସେ ନିକଟରେ ‘ଡ୍ରିମ ଗାର୍ଲ ୨’ ପରି ଏକ ହିଟ ଫିଲ୍ମ ଦେଇଛନ୍ତି । ସେ ଏକମାତ୍ର ଭାରତୀୟ ଯିଏକି ଚଳିତ ବର୍ଷ ଟାଇମ ୧୦୦ ଇମ୍ପାକ୍ଟ ଆୱାର୍ଡ ଜିତିଛନ୍ତି, ଯାହା ତାଙ୍କ ପାଇଁ ଗର୍ବର ବିଷୟ ।

Comments are closed.