Latest Odisha News

BREAKING NEWS

ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଯୋଜନା, କେଉଁମାନେ କରିପାରିବେ ଆବେଦନ

ଭୁବନେଶ୍ଵର: ସରିଛି ଗଣତନ୍ତ୍ରର ମହାନପର୍ବ । ସାମ୍ନାକୁ ଆସିଛି ଜନାଦେଶ । ରାଜ୍ୟରେ ବିଜେପିର ବାଜିମାତ୍ ପରେ ରାଜ୍ୟରେ ବନ୍ଦ ହେବାକୁ ଯାଉଛି ବିଏସକେୱାଇ ଯୋଜନା । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, ଆଉ କିଛିଦିନ ପରେ ବିଏସକେୱାଇ ବନ୍ଦ ହେବ । ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ ହେବ । ବିଏସକେୱାଇରେ ଭଲ ସୁବିଧା ମିଳୁନଥିଲା, ଆୟୁଷ୍ମାନ ଯୋଜନା ଲାଗୁ ହେଲେ ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ମିଳିବ । ତେବେ କଣ ଏହି ଆୟୁଷ୍ମାନ ଯୋଜନା? ଏହି ଯୋଜନାରେ କେଉଁ କେଉଁ ମାନେ ଅନ୍ତର୍ଭୁକ୍ତ ହୋଇପାରିବେ? ଆସନ୍ତୁ ଜାଣିବା…

ଆୟୁଷ୍ମାନ ଯୋଜନା କଣ?

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ମୁଖମନ୍ତ୍ରୀ ଯୋଜନା ଅଧୀନରେ ଏକ ସ୍ୱାସ୍ଥ୍ୟ କଭର ବୀମା ପରି । ଏହା ଅଧୀନରେ ଏହି ଯୋଜନା ପାଇଁ ଯୋଗ୍ୟ ଲୋକଙ୍କୁ ଆୟୁଷ୍ମାନ କାର୍ଡ ଦିଆଯାଏ । ଏହି ଯୋଜନା ଅଧୀନରେ ଆୟୁଷ୍ମାନ କାର୍ଡଧାରୀମାନେ ତାଲିକା ଭୁକ୍ତ ଡାକ୍ତରଖାନା ଗୁଡ଼ିକରେ ମାଗଣା ଚିକିତ୍ସା ପାଆନ୍ତି । ଏହି କାର୍ଡ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କଭର ଯୋଗାଇଥାଏ ।

ଆୟୁଷ୍ମାନ କାର୍ଡ ପାଇଁ କେଉଁମାନେ ଯୋଗ୍ୟ?

ପରିବାରରେ ଯଦି କେହି ଅକ୍ଷମ ସଦସ୍ୟ ଥାନ୍ତି କିମ୍ବା ଯଦି ଆପଣଙ୍କ ଘର ଚାଳ-ଛପରର ହୋଇଥାଏ । ଆପଣ ଯଦି ଜଣେ ଦିନ ମଜୁରିଆ ହୋଇଥାନ୍ତି ଅଥବା ଆପଣ ଯଦି ଜଣେ ଭୂମିହୀନ ବ୍ୟକ୍ତି ହୋଇଥାନ୍ତି । ଯେକୌଣସି ଅନୁସୂଚିତ ଜାତି କିମ୍ବା ଜନଜାତିର ହୋଇଥାନ୍ତି ଅବା ଜଣେ ଗ୍ରାମାଞ୍ଚଳର ବାସିନ୍ଦା କିମ୍ବା ଆଦିବାସୀ ହୋଇଥାନ୍ତି ତେବେ ଆପଣ ଏହି ଯୋଜନା ପାଇଁ ଯୋଗ୍ୟ ।

ଆୟୁଷ୍ମାନ କାର୍ଡ ଲାଗି କେମିତି କରିବେ ଆବେଦନ?

ଯଦି ଆପଣ ଉପରୋକ୍ତ ସ୍କିମ୍ ପାଇଁ ଯୋଗ୍ୟ ଅଟନ୍ତି ତେବେ ଆପଣ ଆୟୁଷ୍ମାନ କାର୍ଡ ତିଆରି କରିପାରିବେ । ଏଥିପାଇଁ ଆପଣଙ୍କୁ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯିବାକୁ ପଡିବ । ଏଥିପାଇଁ ଡକ୍ୟୁମେଣ୍ଟ ଭାବରେ ଆବାସିକ ପ୍ରମାଣପତ୍ର, ଆଧାର କାର୍ଡ ଏବଂ ରାସନ କାର୍ଡ ଆବଶ୍ୟକ ହେବ । ଆପଣଙ୍କୁ ଏକ ମୋବାଇଲ୍ ନମ୍ବର ମଧ୍ୟ ଆବଶ୍ୟକ ହେବ, ଯାହା ସହିତ ଆପଣଙ୍କର କାର୍ଡ ଲିଙ୍କ୍ ହୋଇ ପାରିବ ।

 

Comments are closed.