Latest Odisha News

BREAKING NEWS

ଦର୍ଶକଙ୍କ ମନକୁ ଛୁଇଁଛି ଚଳଚ୍ଚିତ୍ର ‘ଡକ୍ଟର ଜୀ’, ୩ ଦିନରେ ୧୫ କୋଟି ଟଙ୍କା କଲେକ୍ସନ

ମୁମ୍ବାଇ: ସ୍ୱଳ୍ପ ବଜେଟ୍ ଚଳଚ୍ଚିତ୍ରରେ ଅଭିନୟ କରି ହିଟ୍ ହେଉଥିବା ଅଭିନେତା ଆୟୁଷ୍ମାନ ଖୁରାନା ଏବେ ପୁଣି କମାଲ କରିଛନ୍ତି। ତାଙ୍କ ଚଳଚ୍ଚିତ୍ର ‘ଡକ୍ଟର ଜୀ’ ପାଇଁ ଆଜିକାଲି ସେ ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ଅଭିନେତାଙ୍କ ଫିଲ୍ମ ବକ୍ସ ଅଫିସରେ ଦର୍ଶକଙ୍କ ହୃଦୟ ଜିତିବା ସହିତ ଭଲ ଆୟ ମଧ୍ୟ କରୁଛି। ଫିଲ୍ମର ବଜେଟ୍ ତୁଳନାରେ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଡକ୍ଟର ଜୀ ବହୁତ ଟଙ୍କା ରୋଜଗାର କଲାଣି। ଅନ୍ୟପକ୍ଷରେ ଫିଲ୍ମଟି ଶନିବାର ଏବଂ ରବିବାର ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଛି। ସପ୍ତାହ ଅନ୍ତରେ ମଧ୍ୟ ଭଲ ଆୟ କରିଛି।

ଫିଲ୍ମ ‘ଡକ୍ଟର ଜୀ’ ରବିବାର ତୃତୀୟ ଦିନରେ ୫.୫୦ ରୁ ୬ କୋଟି ଟଙ୍କା ଆୟ କରିଛି। ଯଦିଓ ଏଗୁଡ଼ିକ ହେଉଛି ଫିଲ୍ମର ପ୍ରାରମ୍ଭିକ ଆକଳନ। ତଥାପି ଆୟୁଷ୍ମାନ ଖୁରାନାଙ୍କ ଚଳଚ୍ଚିତ୍ର ମୋଟ ୧୫.୯ କୋଟି ଟଙ୍କା କଲେକ୍ସନ କରିଛି। ଏହି ଫିଲ୍ମ ପ୍ରଥମ ଦିନରେ ୩.୮୭ କୋଟି ଆୟ କରିଥିଲା। ଫିଲ୍ମ ରିଲିଜ୍ ର ଦ୍ୱିତୀୟ ଦିନରେ ଶନିବାର ୪.୭୫ ରୁ ୫.୧୫ କୋଟି ଟଙ୍କା ଆୟ କରିଥିଲା।

ଆୟୁଷ୍ମାନ ଖୁରାନାଙ୍କ ଶେଷ ରିଲିଜ୍ ଫିଲ୍ମ ‘ଚଣ୍ଡିଗଡ଼ କର ଆଶିକୀ’ ଅପେକ୍ଷା ‘ଡାକ୍ତର ଜୀ’ ର କଲେକ୍ସନ ଭଲ ବୋଲି କୁହାଯାଉଛି। ସୂଚନା ଥାଉକି ଆଟାକ୍ (୧.୩୩ କୋଟି ଟଙ୍କା ଓପେନିଂ ଡେ), ରନୱେ ୩୪ (୧.୭୦ କୋଟି ଟଙ୍କା ଓପେନିଂ ଡେ) ଏବଂ ଜୟଶଭାଇ ଜୋରଦାର (୧.୬୭ କୋଟି ଟଙ୍କା ଓପେନିଂ) ଭଳି ଚଳଚ୍ଚିତ୍ର ଅପେକ୍ଷା ‘ଡକ୍ଟର ଜୀ’ ଚଳଚ୍ଚିତ୍ରର ପ୍ରଥମ ଦିନର କଲେକ୍ସନ ଭଲ ଥିଲା। ଆୟୁଷ୍ମାନ ଖୁରାନା ଏବଂ ରାକୁଲ ପ୍ରୀତ ସିଂଙ୍କ ବ୍ୟତୀତ ଶେଫାଳୀ ଶାହା ମଧ୍ୟ ଡକ୍ଟର ଜୀ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅନୁଭୂତି କାଶ୍ୟପ।

Leave A Reply

Your email address will not be published.