Latest Odisha News

BREAKING NEWS

ଆୟୁଷ୍ମାନ ଖୁରାନଙ୍କ ଡକ୍ଟର ଜୀ ଫିଲ୍ମର ଫାର୍ଷ୍ଟ ଲୁକ୍ ଜାରୀ

ମୁମ୍ବାଇ: ବଲିଉଡର ଉଦୀୟମାନ ଅଭିନେତା ଆୟୁଷ୍ମାନ ଖୁରାନଙ୍କ ଡକ୍ଟର ଜୀ ଫିଲ୍ମର ଫାଷ୍ଟ ଲୁକ୍ ଆଜି ଜାରୀ ହୋଇଛି । ଆୟୁଷ୍ମାନ ସୋସିଆଲ ସାଇଟରେ ପ୍ରଶଂସକଙ୍କ ପାଇଁ ଏହି ଫଟୋ ଶେୟାର କରିଛନ୍ତି । ଏହା ସହିତ ସେ ଲେଖିଛନ୍ତି ଡକ୍ଟର ଜୀ ତୈୟାର ହୋ କର ନିକଲେ, ଅବ ହୋଗୀ ଶୁଟିଂ । ହାତରେ ଷ୍ଟେଥୋସ୍କୋପ ଓ ବହି ସହ ଆୟୁଷ୍ମାନଙ୍କ ଚଷମା ଏବଂ ଏପ୍ରନ ପିନ୍ଧା ଲୁକଙ୍କୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି ।

ଡାକ୍ତର ଭୂମିକା କରିବା ସୁଯୋଗ ପାଇଥିବାରୁ ଗର୍ଭ ଅନୁଭବ କରୁଛି ବୋଲି ସେ କହିଛନ୍ତି । ରକୁଲ ପ୍ରୀତ ଓ ଶେଫାଳୀ ଶାହ ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ ।

Comments are closed.