Latest Odisha News

BREAKING NEWS

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା; କବିତା ମାଧ୍ୟମରେ ପ୍ରଶ୍ନ ଉଠାଇଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା ଉପରେ ଅଭିନେତା ଜଣକ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ପୀଡିତାଙ୍କ ଉଦ୍ଦେଶ୍ଯରେ ସେ ଏକ କବିତା ଶୁଣାଇ ଦୁଃଖ ପ୍ରକାଶ କରିଛନ୍ତି। ଆୟୁଷ୍ମାନଙ୍କ ଏହି କବିତା ଶୁଣିବା ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଭାବପ୍ରବଣ ହୋଇପଡିଛନ୍ତି।

କବିତାର ଶୀର୍ଷକ ହେଉଛି ‘କାଶ୍ ମୁଁ ବି ପୁଅ ହୋଇଥାନ୍ତି। ଏଥିରେ ଆୟୁଷ୍ମାନ ଝିଅମାନଙ୍କର ସୁରକ୍ଷା ଏବଂ ସେମାନଙ୍କ ଉପରେ ଲଗାଯାଉଥିବା ପ୍ରତିବନ୍ଧକ ବିଷୟରେ କହିଛନ୍ତି। ଏହି କବିତା ମାଧ୍ୟମରେ ଅଭିନେତା ଜଣକ ଡାକ୍ତରଖାନା କର୍ମଚାରୀ, ଦୁଷ୍କର୍ମକାରୀ ତଥା ସମଗ୍ର ପୁରୁଷ ସମାଜ ଉପରେ ପ୍ରଶ୍ନ ଉଠାଇଛନ୍ତି।

ତେବେ ଆୟୁଷ୍ମାନଙ୍କ ପୂର୍ବରୁ ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, ବିଜୟ ବର୍ମାଙ୍କ ସମେତ ବହୁ ବଲିଉଡ ତାରକା ପୀଡିତାଙ୍କୁ ନ୍ୟାୟ ପାଇଁ ନିବେଦନ କରିଛନ୍ତି।

Comments are closed.