Latest Odisha News

BREAKING NEWS

କରୋନାରେ ଆଖିବୁଜିଲେ ଆଉ ଜଣେ କଳାକାର

ନୂଆଦିଲ୍ଲୀ: କରୋନାରେ ଚାଲିଗଲା ଆଉ ଜଣେ କଳାକାରଙ୍କ ଜୀବନ। ଫିଲ୍ମ ଡ୍ରିମ୍ ଗାର୍ଲରେ ଆୟୁଷ୍ମାନ ଖୁରାନାଙ୍କ ସହ-ତାରକା ରିଙ୍କୁ ସିଂ ନିକୁମ୍ବଙ୍କ କରୋନାରେ ପରଲୋକ ହୋଇଛି। ରିଙ୍କୁ ସିଂଙ୍କୁ ଶେଷ ଥର ପାଇଁ ଆଦର ଜୈନଙ୍କ ‘ହେଲୋ ଚାର୍ଲି’ରେ ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ, ଗତ କିଛି ଦିନ ହେବ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ଥିଲେ ଏବଂ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ରିଙ୍କୁଙ୍କ ସମ୍ପର୍କୀୟ ଭାଇ ଏହି ଖବରକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ମେ ୨୫ ରେ, ରିଙ୍କୁଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିଲା, ଯାହା ପରେ ତାଙ୍କୁ ଘରେ ପୃଥକ୍‌ ରଖାଯାଇଥିଲା।

କିଛି ଦିନ ତଳେ ତାଙ୍କ ଅବସ୍ଥା ବିଗିଡି ଯାଇ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ରିଙ୍କୁ ଆଜମା ରୋଗରେ ପୀଡିତ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ରିଙ୍କୁ ମେ ୭ ରେ କୋଭିଡ-୧୯ ଟିକା ର ପ୍ରଥମ ମାତ୍ରା ଗ୍ରହଣ କରିଥିଲେ।

Leave A Reply

Your email address will not be published.