Latest Odisha News

BREAKING NEWS

ଏନ୍ଏମ୍‌ସି ଅଧ୍ୟକ୍ଷ ହେଲେ ଡ଼ା ବିଏନ୍ ଗଙ୍ଗାଧର, ମୋଦୀ କ୍ୟାବିନେଟ୍‌ର ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ମେଡିକାଲ ଆସେସ୍‌ମେଣ୍ଟ ଆଣ୍ଡ ରେଟିଂ ବୋର୍ଡ (ଏମ୍ଏଆର୍‌ବି)ର ସଭାପତି ଡା. ବି ଏନ୍ ଗଙ୍ଗାଧରଙ୍କୁ ନ୍ୟାସନାଲ ମେଡିକାଲ କମିଶନ (ଏନ୍ଏମ୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଛନ୍ତି। ପୂର୍ବରୁ ସେ ଏନ୍ଏମ୍‌ସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ।

ପ୍ରାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାବ୍ୟତୀତ ଏମ୍ଆର୍‌ବିର ନୂଆ ସଭାପତି ଭାବେ ଡା. ସଞ୍ଜୟ ବିହାରୀଙ୍କୁ ନିଯୁକ୍ତି ମିଳିଛି। ସେ ବର୍ତ୍ତମାନ ଥିରୁଅନନ୍ତପୁରମସ୍ଥିତ ଚିତ୍ରା ତିରୁନଲ୍ ଇନଷ୍ଟିଚ୍ୟୁଟ୍ ଫର୍ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ନିର୍ଦ୍ଦେଶକ ଅଛନ୍ତି।

ଅନ୍ୟପକ୍ଷରେ ପୋଷ୍ଟ-ଗ୍ରାଜୁଏଟ ମେଡିକାଲ ଏଜୁକେସନ ବୋର୍ଡ (ପିଜିଏମଇବି)ର ସ୍ଥାୟୀ ସଦସ୍ୟ ଭାବେ ଡା.ଅନିଲ ଡି କ୍ରୁଜଙ୍କ ନିଯୁକ୍ତିକୁ କ୍ୟାବିନେଟ କମିଟିର ଅନୁମୋଦନ ମିଳିଛି। ଡା.ଅନିଲ ଡି କ୍ରୁଜ ବର୍ତ୍ତମାନ ଆପୋଲୋ ହସ୍ପିଟାଲ ମୁମ୍ବାଇର ନିର୍ଦ୍ଦେଶକ ରହିଛନ୍ତି। ସେହିପରି ଅଣ୍ଡର-ଗ୍ରାଜୁଏଟ ମେଡିକାଲ ଏଜୁକେସନ ବୋର୍ଡର ପାର୍ଟ-ଟାଇମ ସଦସ୍ୟ ଭାବେ ଡା. ଅଚ୍ୟୁତ ବାଡୱେଙ୍କୁ ନିଯୁକ୍ତ ମିଳିଛି।

Comments are closed.