Latest Odisha News

BREAKING NEWS

ଆସନ୍ତା ସପ୍ତାହରୁ ଭକ୍ତଙ୍କ ପାଇଁ ଖୋଲିପାରେ ଧବଳେଶ୍ୱର ପୀଠ

କଟକ: ଶ୍ରଦ୍ଧାଳୁ କରିବେ ବାବାଙ୍କ ଦର୍ଶନ । ଆସନ୍ତା ସପ୍ତାହରୁ ଖୋଲିପାରେ ଆଠଗଡ଼ର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିର । ଡଙ୍ଗା ଯୋଗେ ସପ୍ତାହରେ ୪ ଦିନ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଅନୁମତି ଦେବା କଥା ବିଚାର କରୁଛି ।

ଧବଳେଶ୍ୱର ପୀଠର ପୂଜକ ସମିତି ଓ ସ୍ଥାନୀୟ ପ୍ରଶାସନର ଆଲୋଚନା ପରେ ଧବଳେଶ୍ୱର ପୀଠ ଖୋଲିବା ନେଇ ଆଠଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗୁଜରାଟ ମୋର୍ବିରେ ଝୁଲା ବ୍ରିଜ୍ ଭୁଶୁଡ଼ିବା ପରେ ଧବଳେଶ୍ୱର ଝୁଲାପୋଲର ଯାଞ୍ଚ କରିଥିଲା ବୈଷୟିକ ଟିମ୍ । ଯାଞ୍ଚ ବେଳେ ପୋଲର ଅନେକ ସ୍ଥାନରେ ଫାଟ ଥିବା ଜଣା ପଡ଼ିବା ପରେ ପ୍ରଶାସନ ୧୪୪ ଧାରା ଜାରି କରିବା ସହ ବ୍ରିଜକୁ ବନ୍ଦ ସର୍ବସାଧାରଣଙ୍କ ଲାଗି ବନ୍ଦ କରିଥିଲା ।

କାର୍ତ୍ତିକ ମାସର ବଡ଼ଓଷାରେ ଧବଳେଶ୍ୱର ପୀଠରେ ହେଉଥିବା ପ୍ରବଳ ଗହଳିକୁ ଦେଖି ପ୍ରଶାସନ ପୀଠକୁ ସଂଯୋଗ କରୁଥିବା ଝୁଲାପୋଲକୁ ବନ୍ଦ ରଖିଥିଲା । ଯାହା ଏବେ ବି ବନ୍ଦ ରହିଛି । ବଡ଼ଓଷା ସମୟରେ ପୋଲ ନିକଟ ମୁଖ୍ୟରାସ୍ତାରେ ଶ୍ରଦ୍ଧାଳୁ ଏଲଇଡି ମାଧ୍ୟମରେ ବାବା ଧବଳେଶ୍ୱରଙ୍କ ଦର୍ଶନ କରିଥିଲେ । ଏବେ ଡଙ୍ଗା ମାଧ୍ୟମରେ ସପ୍ତାହକୁ ୪ ଦିନ ଦର୍ଶନ ଅନୁମତି ପାଇଁ ପ୍ରଶାସନ ଚିନ୍ତା କରୁଥିବାରୁ ଲୋକେ ଖୁସି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.