Latest Odisha News

BREAKING NEWS

ବାବା ସିଦ୍ଦିକ୍‌ ହତ୍ୟା ମାମଲା: ଚିହ୍ନଟ ହେଲା ଚତୁର୍ଥ ଅଭିଯୁକ୍ତ

ନୂଆଦିଲ୍ଲୀ: ବାବା ସିଦ୍ଦିକ୍‌ ହତ୍ୟା ମାମଲା । ପୋଲିସକୁ ମିଳିଲା ଆଉ ଏକ ବଡ ସଫଳତା । ହତ୍ୟା ଘଟଣାର ଚତୁର୍ଥ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ । ଚତୁର୍ଥ ଅଭିଯୁକ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ମୁମ୍ବାଇ ପୋଲିସ । ତିନି ଜଣ ସୁଟରଙ୍କ ବ୍ୟତୀତ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଚତୁର୍ଥ ଅଭିଯୁକ୍ତଙ୍କ ନାମ ମହମ୍ମଦ ଜିଶାନ ଅଖତର ବୋଲି କହିଛି ପୋଲିସ। ପୂର୍ବରୁ ହରିୟାଣାର ବାସିନ୍ଦା ଗୁରୁମେଲ ବଲଜିତ ସିଂ ଏବଂ ଉତ୍ତରପ୍ରଦେଶର ଧର୍ମରାଜ ରାଜେଶ କାଶ୍ୟପ ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।

ସେପଟେ ପୂର୍ବରୁ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ହେପାଜତକୁ ନେଇଛି ପୋଲିସ । ପୋଲିସ ହେପାଜତରେ ୨୧ ତାରିଖ ପର୍ଯ୍ୟନ୍ତ ରଖିବାକୁ କୋର୍ଟଙ୍କ ଅନୁମତି । ସେହିପରି ନିଜକୁ ନାବାଳକ କହୁଥିବା ଅଭିଯୁକ୍ତର ହେବ ଓସିଫିକେସନ୍ ଟେଷ୍ଟ । ପ୍ରକୃତ ବୟସ ଜାଣିବା ପାଇଁ ଓସିଫିକେସନ୍ ଟେଷ୍ଟ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ।

ସୂଚନାଯୋଗ୍ୟ ଯେ ଏନ୍‌ସିପିର ବରିଷ୍ଠ ନେତା ବାବା ସିଦ୍ଦିକ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବାବା ସିଦ୍ଦିକ୍‌ଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚାଳନା କରିଥିଲେ ଅଭିଯୁକ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଏହି ହତ୍ୟା ମାମଲାରେ ଅଭିଯୁକ୍ତମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ ବୋଲି ସୂଚନା ମିଳିଛି । ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତୃତୀୟ ଜଣଙ୍କ ଏବେବି ଫେରାର ଅଛି । ଏବେ ଚତୁର୍ଥ ଅଭିଯୁକ୍ତକୁ ଚିହ୍ନଟ କରିଛି ପୋଲିସ ।

Leave A Reply

Your email address will not be published.