Latest Odisha News

BREAKING NEWS

ବାବାଙ୍କ ଚାରିପାଖେ ରହୁଥିଲେ କୁଆଁରୀ ଝିଅ

ନୂଆଦିଲ୍ଲୀ: ହାଥରସ ସତସଙ୍ଗ ଦୁର୍ଘଟଣା ପରେ ବାବା ସୂରଜ ପାଲ୍ ଓରଫ ନାରାୟଣ ସାକାର ହରିଙ୍କୁ ନେଇ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର। କୁହାଯାଉଛି, ସତସଙ୍ଗରେ ବାବା ସବୁବେଳେ କୁଆଁରୀ ଝିଅଙ୍କ ଗହଣରେ ରହୁଥିଲେ । ବାବାଙ୍କୁ ସବୁଠୁ ଅଧିକ ପସନ୍ଦ ଥିଲା ଲାଲ ରଙ୍ଗ । ସେଥିପାଇଁ ଶିଷ୍ୟାଙ୍କୁ ସତସଙ୍ଗ ପାଇଁ ଆୟୋଜନକାରୀ ସମିତି ପକ୍ଷରୁ ସ୍ବତନ୍ତ୍ର ଲାଲ ରଙ୍ଗର ପୋଷାକ ଦିଆଯାଉଥିଲା। ଶିଷ୍ୟାମାନେ ଲାଲ୍ ରଙ୍ଗର ପୋଷାକ ପିନ୍ଧି ବାବାଙ୍କ ନିକଟରେ ନାଚୁଥିଲେ । ସତସଙ୍ଗକୁ ନିୟମିତ ଯାଉଥିବା ମହିଳାମାନେ ବାବାଙ୍କ ସଉକ ନେଇ ଖୁଲାସା କରିଛନ୍ତି ।

ବାବା ପିନ୍ଧୁଥିଲେ କଳା ଚଷମା

ସତସଙ୍ଗ ସମୟରେ ବାବା ସୂରଜ ପାଲ ସବୁବେଳେ କଳା ଚଷମା ପିନ୍ଧୁଥିଲେ । ଶିଷ୍ୟାଙ୍କୁ ସୂରଜ ପାଲଙ୍କ ଚଷମାରେ ଭଗବାନଙ୍କ ରୂପ ଦେଖାଯାଉଥିବା ସେମାନେ କହୁଥିଲେ । ବାବାଙ୍କ ଚାରିପାଖେ ରହୁଥିବା କୁଆଁରୀ ଝିଅମାନେ ସୂରଜ ପାଲଙ୍କୁ ସ୍ବାମୀ ମାନୁଥିଲେ । ବାବାଙ୍କ ସମ୍ମାନ କରିବା ସହ ତାଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ ଶିଷ୍ୟା ।

ଶିଷ୍ୟା ବୁଝୁଥିଲେ ବାବାଙ୍କ କଥା

ବାବାଙ୍କ ଆଶ୍ରମ ଓ ସଂସ୍ଥାନରେ ଭିନ୍ନ ଭିନ୍ନ ଶ୍ରେଣୀର ମହିଳା ରହୁଥିଲେ । କେବଳ କୁଆଁରୀ ଝିଅମାନେ ସୂରଜପାଲଙ୍କ ଶିଷ୍ୟା ରହୁଥିଲେ । ଶିଷ୍ୟା ହେବାକୁ ସେମାନଙ୍କୁ ବାବାଙ୍କଠାରୁ ସ୍ବତନ୍ତ୍ର ଦୀକ୍ଷା ନେବାକୁ ପଡୁଥିଲା । ସେହିପରି ବିବାହିତ ମହିଳାଙ୍କୁ ବାବାଙ୍କଠାରେ ଭୋଲେବାବାଙ୍କ ଦର୍ଶନ ହେଉଥିବା କୁହାଯାଉଥିଲା । ତେବେ ବିବାହିତ ମହିଳାଙ୍କୁ ବାବାଙ୍କଠାରୁ ଦୂରରେ ରଖାଯାଉଥିଲା । ବାବାଙ୍କ ସମସ୍ତ କାମ ଝିଅମାନେ ହିଁ କରୁଥିଲେ। ଶିଷ୍ୟାଙ୍କ ଦ୍ବାରା ସ୍ବତନ୍ତ୍ର ପ୍ରସ୍ତୁତ ହୋଇଥିବା ନିମ୍ବ ପାଣିରେ ଗାଧୋଉଥିଲେ ସୂରଜ ପାଲ । ଏଥିରେ ଗୋଲାପ ପାଖୁଡା, ଫରଫ୍ୟୁମ ବି ପକାଯାଉଥିଲା । ଏପରିକି କୁଆଁରୀ ଝିଅମାନେ ବାବାଙ୍କୁ ଖୁଆଇବା ସହ ତାଙ୍କ ଆଖପାଖରେ ରହୁଥିଲେ ।

Comments are closed.