Latest Odisha News

BREAKING NEWS

ଭାରତ-ପାକିସ୍ତାନ ମ୍ୟାଚ ପରେ ବାଦ ପଡି ପାରନ୍ତି ବାବର, ଶାହୀନ

କଲମ୍ବୋ: ଚଳିତ ଟି୨୦ ବିଶ୍ୱକପରେ ଭାରତ ନିକଟରୁ ପାକିସ୍ତାନ ଶୋଚନୀୟ ଭାବେ ପରାଜିତ ହୋଇଛି । ଏହି ପରାଜୟକୁ ପାକିସ୍ତାନ ଟିମ ମ୍ୟାନେଜମେଂଟ ଗ୍ରହଣ କରିପାରି ନାହାନ୍ତି । ରିପୋର୍ଟ ମୂତାବକ ଦଳର ଦୁଇ ସିନିୟର ଖେଳାଳି ବାବର ଆଜମ ଓ ଶାହୀନ ଶାହ ଆଫ୍ରିଦିଙ୍କୁ ନାମ୍ବିଆ ବିପକ୍ଷରେ ଖେଳିବା ପାଇଁ ସୁଯୋଗ ନ ମିଳିପାରେ । ପାକିସ୍ତାନ ପାଇଁ ଏହି ମ୍ୟାଚ ଜିତିବା ଜରୁରୀ । ଜିତି ନ ପାରିଲେ କ୍ରମାଗତ ଦ୍ୱିତୀୟ ଥର ପାଇଁ ସୁପର ଏଇଟରେ ପ୍ରବେଶ କରିପାରିବ ନାହିଁ ।

ଉଭୟ ଖେଳାଳି ଭଲ ଫର୍ମରେ ନ ଥିବାରୁ ଟିମ ମ୍ୟାନେଜମେଂଟ ସେମାନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରି ନ ପାରେ । ଭାରତ ବିପକ୍ଷ ମୁକାବିଲାରେ ବାବର ୫ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ସେହିପରି ଶାହୀନ ୨ ଓଭରରେ ୩୧ ରନ ଦେଇଥିଲେ । ଭାରତର ୧୭୬ ରନର ଟାର୍ଗେଟକୁ ପିଛା କରି ପାକିସ୍ତାନ ଟିମ ୬୧ ରନ ବ୍ୟବଧାନରେ ମ୍ୟାଚ ହାରି ଯାଇଥିଲା । ବିଜୟ ସହ ଭାରତ ସୁପର ଏଇଟରେ ପ୍ରବେଶ କରିଛି । ଭାରତ ପକ୍ଷରୁ ଈଶାନ କିଶାନ ସ୍ମରଣୀୟ ଇନିଂସ ଖେଳିଥିଲେ ।

Leave A Reply

Your email address will not be published.