Latest Odisha News

BREAKING NEWS

ବାବର ଆଜମ ଜଣେ ଠକ: ଭାରତଠୁ ହାରିବା ପରେ ବର୍ଷିଲେ ପୂର୍ବତନ ପାକ୍ କ୍ରିକେଟର

କରାଚି: ପାକିସ୍ତାନ ବ୍ୟାଟସମ୍ୟାନ ବାବର ଆଜମଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କ୍ରିକେଟର ସୋଏବ ଅଖତର। ସେ ବାବର ଆଜମଙ୍କୁ ‘ଠକ’ ବୋଲି ମଧ୍ଯ କହିଛନ୍ତି।

ସୋଏବ କହିଛନ୍ତି ଯେ ବାବର ଆରମ୍ଭରୁ ଜଣେ ଠକ। ସୋଏବ ବାବର ଆଜମଙ୍କୁ ପାକିସ୍ତାନୀ ଟିମର କିଙ୍ଗ କୁହାଯାଏ, କିନ୍ତୁ ପ୍ରକୃତରେ ସେ ବଡ଼ ମ୍ୟାଚ୍‌ରେ ଦଳ ପାଇଁ ଠିଆ ହୋଇପାରନ୍ତି ନାହିଁ। ଆମେ ସବୁବେଳେ ବାବର ଆଜମଙ୍କୁ ବିରାଟ କୋହଲିଙ୍କ ସହିତ ତୁଳନା କରୁ। ଏବେ କୁହନ୍ତୁ ବିରାଟ କୋହଲିଙ୍କ ହିରୋ କିଏ? ସଚିନ୍ ତେନ୍ଦୁଲକର…। ସେ ୧୦୦ ଶତକ ମାରିଛନ୍ତି ଏବଂ ବିରାଟ ମଧ୍ଯ ଏଭଳି କରିଥାନ୍ତି। ବାବର ଆଜମଙ୍କ ହିରୋ କିଏ? ତୁମେ ଭୁଲ ହିରୋ ବାଛିଛ। ତୁମର ଚିନ୍ତାଧାରା ଭୁଲ। ତୁମେ ଆରମ୍ଭରୁ ଠକ ଥିଲ।”

ଅପରପକ୍ଷରେ ବିରାଟ କୋହଲିଙ୍କୁ ପ୍ରଶଂସା କରି ସୋଏବ ଅଖତର କହିଛନ୍ତି, ଆମେ ଏହା ପୂର୍ବରୁ ଦେଖିଛୁ। ଯେତେବେଳେ କୋହଲିଙ୍କୁ ପାକିସ୍ତାନ ବିପକ୍ଷରେ ଖେଳିବାକୁ ପଡେ ସେ ଶତକ ମାରିଥାନ୍ତି। ତାଙ୍କୁ ସଲାମ, ମୁଁ ତାଙ୍କ ପାଇଁ ବହୁତ ଖୁସି। ସେ ସମସ୍ତ ପ୍ରଶଂସା ପାଇବାର ଯୋଗ୍ୟ।”

 

Comments are closed.