Latest Odisha News

BREAKING NEWS

୪ ପାଦ ଥାଇ ଜନ୍ମ ହେଲା ଝିଅ, କଟାଯିବ ପାଦ

ଭୋପାଳ: ଯାଆଁଳା ଛୁଆ ଜନ୍ମ ଅବା ଉଭୟଙ୍କ ହୃଦୟ ଯୋଡ଼ି ହୋଇ ଜନ୍ମ ହେବା ବିରଳ । ମଧ୍ୟପ୍ରଦେଶର ଗ୍ୱାଲିୟରର କମଳା ରାଜା ହସ୍ପିଟାଲର ଶିଶୁ ରୋଗ ଏକ ନିଆରା ନବଜାତକ ଜନ୍ମ ହୋଇଛି । ଜନ୍ମିତ ନବଜାତ ଶିଶୁକନ୍ୟାର ୪ଟି ପାଦ ରହିଛି ।

ଯାହା ପରେ ଡାକ୍ତରୀ ଦଳ ଛୁଆଟିର ଯାଞ୍ଚ କରିଛନ୍ତି । ଜନ୍ମ ସମୟରେ ଶାରିରୀକ ବିକୃତି ସହ ଅତିରିକ୍ତ ଭ୍ରୁଣ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଏହାକୁ ମେଡିକାଲ୍ ସାଇନ୍ସ ଭାଷାରେ ଇସ୍କିୟୋପେଗସ୍ କୁହାଯାଏ । ଡାକ୍ତରଙ୍କ କହିବା ଅନୁସାରେ, ଏହା ଶରୀରର ତଳ ଭାଗରେ ଅତିରିକ୍ତ ଭାବେ ବିକଶିତ ହୋଇଥାଏ । ଯାହାକି ଦୁର୍ଲଭ ।

ତେବେ ଛୁଆ ଏବେ ସୁସ୍ଥ ଥିବା କହିଛନ୍ତି ଡାକ୍ତର । ସର୍ଜରୀ କରି ଅତିରିକ୍ତ ୨ଟି ପାଦ କଟାଯିବ ବୋଲି ଡାକ୍ତର ଆଲୋଚନା କରୁଛନ୍ତି । ପ୍ରସୂତି ଜଣଙ୍କ ସିକନ୍ଦର କମ୍ପୁର ଆରତି କୁଶବାହା ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.