Latest Odisha News

BREAKING NEWS

ହଠାତ ୨ ବର୍ଷର ଶିଶୁକୁ ଗିଳିଦେଲା ହିପ୍ପୋ, ଆଉ ତା ପରେ….

କମ୍ପାଲା: ଆଫ୍ରିକା ଦେଶ ୟୁଗାଣ୍ଡାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ମାଆ ସହିତ ୨ ବର୍ଷର ଛୋଟ ପିଲାଟି ଗାଧେଇବାକୁ ଏଡୱାର୍ଡ ହ୍ରଦ ନିକଟକୁ ଆସିଥିଲା । ମାଆ ଶୌଚ ହେଉଥିବା ବେଳେ ହଠାତ ଏକ ହିପ୍ପୋ ଆସି ପିଲାଟିକୁ ଗିଳି ଦେଇଥିଲା । ମାଆ କୂଳକୁ ଦୌଡି ଆସି ପାଟିତୁଣ୍ଡ କରିଥିଲା । ସେ ସମୟରେ ପାଖରେ ଥିବା କ୍ରିସପାସ ବାଗନୋଜା ଦୌଡି ଆସି ହିପ୍ପୋ ଉପରକୁ ଟେକା ପଥର ପକାଇଥିଲେ । କିଛି ସମୟ ସଂଘର୍ଷ ପରେ ହିପ୍ପୋ ପିଲାଟିକୁ ପାଟିରୁ କାଢ଼ି ପକେଇ ଦେଇ ପଳେଇ ଯାଇଥିଲା । ଭଗବାନଙ୍କ ଦୟାରୁ ପିଲାଟିର କିଛି ହୋଇ ନ ଥିଲା ।

ତଥାପି ତାଙ୍କ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଡିସକଭର ୱାଇଲ୍ଡଲାଇଫ ଅନୁସାରେ ହିପ୍ପୋ ପ୍ରାୟତଃ ଏ ଭଳି କାର୍ଯ୍ୟ କରେ ନାହିଁ । ନଦୀ କୂଳରେ ଏମାନେ ରୁହନ୍ତି ଓ ପ୍ରାୟତଃ ଶାନ୍ତ ସ୍ୱଭାବର ଅଟନ୍ତି । କଣ ପାଇଁ ପିଲାଟିକୁ ଖାଇବାକୁ ଚେଷ୍ଟା କଲା ତାହା ସ୍ପଷ୍ଟ ହୋଇ ନାହିଁ । ସୂଚନାଯୋଗ୍ୟ, ହିପ୍ପୋ ଏକ ବିଶାଳକାୟ ଜନ୍ତୁ । ଏହାର ଓଜନ ୧୬୦୦ରୁ ୩୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ରହିଥାଏ । ହିପ୍ପୋ ରାଗିଗଲେ କିନ୍ତୁ ଭୟଙ୍କର ଜନ୍ତୁ ପାଲଟିଯାଏ ।

Leave A Reply

Your email address will not be published.