Latest Odisha News

BREAKING NEWS

ସର୍ଭିସ ସେଣ୍ଟରରୁ ଅଜଗର ଛୁଆ ଉଦ୍ଧାର

କେନ୍ଦୁଝର: ଉଦ୍ଧାର ହେଲା ଅଜଗର ଛୁଆ ।  ଅଟୋ ସର୍ଭିସ ସେଣ୍ଟରରୁ ଅଜଗର ଛୁଆ ଉଦ୍ଧାର ହୋଇଛି।  କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଥିବା ଏକ ସର୍ଭିସ ସେଣ୍ଟେରରୁ ଏହି ଅଜଗର ଛୁଆକୁ ଉଦ୍ଧାର କରାଯାଇଛି ।

ସକାଳେ ସର୍ଭିସ ସେଣ୍ଟର ଖୋଲିବା ସମୟରେ ଅଜଗର ଛୁଆଟି ଭିତରେ ଥିବା କର୍ମଚାରୀ ଦେଖିବାକୁ ପାଇଥିଲେ । ଛୁଆ ଅଜଗର ସାପଟି କିପରି ଭିତରକୁ ପଶିଲା ତାହା ଜଣାପଡିନାହିଁ । ଏନେଇ ବନ ବିଭାଗକୁ ଖବର ଦିଆଯିବା ପରେ ବନ କର୍ମଚାରୀ ସେଠାରେ ପହଞ୍ଚି ଅଜଗର ଛୁଆକୁ ଉଦ୍ଧାର କରିଥିଲେ ।

ସାପଟିର ଲମ୍ବ ୩ ଫୁଟ ରହିଥିବା ବେଳେ, ବୟସ ପାଖାପାଖି ୩ ମାସ ହେବ ବୋଲି ଅନୁମାନ କରାଯାଉଛି । ଅଜଗର ଛୁଆକୁ ଉଦ୍ଧାର ପରେ ବନ କର୍ମଚାରୀମାନେ ତା’କୁ ନେଇ ନିକଟସ୍ଥ ବୈତରଣୀ ରିଜର୍ଭ ଫରେଷ୍ଟ ଜଙ୍ଗଲରେ ଛାଡ଼ିଛନ୍ତି ।

Comments are closed, but trackbacks and pingbacks are open.