Latest Odisha News

BREAKING NEWS

ଅଣ୍ଡା ଭିତରେ କଥା କୁହେ ଏହି ପ୍ରାଣୀ, ଜାଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦୁନିଆରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ବାସ କରନ୍ତି । ସେ ସମସ୍ତ ଜୀବଜନ୍ତୁଙ୍କ ନିଜସ୍ଵ ବିଶେଷତା ଅଛି ଯାହା ପାଇଁ ସେମାନେ ଜଣାଶୁଣା । ଯେମିତି କି କଇଁଛ । କଇଁଛ ଏକ ଜଳଚର ପ୍ରାଣୀ । କଇଁଛର ଉପର ଖୋଳପା ବହୁତ ମଜବୁତ ମଧ୍ୟ । ତେବେ ଆଜି ଆମେ ଆପଣମାନଙ୍କୁ କହିବୁ କଇଁଛ ବିଷୟରେ ଏକ ବିଶେଷ କଥା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କଇଁଛ ଅଣ୍ଡା ଭିତରେ ଥିବା ବେଳେ କଥା କହିଥାଏ ।

ବୈଜ୍ଞାନିକଙ୍କ ଅନୁଯାୟୀ, କଇଁଛ ଛୁଆ ଅଣ୍ଡା ଭିତରେ ଥିବା ବେଳଠୁ ହିଁ କଥାବାର୍ତ୍ତା କରେ ଏବଂ ଶବ୍ଦ ବାହାର କରେ । ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ, ଅଣ୍ଡା ଭିତରୁ ଛୋଟ କଇଁଛ ଛୁଆଟି କିପରି ବା ଶବ୍ଦ ବାହାର କରିପାରିବ? ତେବେ ଆପଣଙ୍କୁ କହିରଖୁଛୁ ଯେ, କିଛି ପ୍ରାଣୀ ଅଣ୍ଡା ଦେବାପରେ ଦୀର୍ଘ ସମୟ ଧରି ଅଣ୍ଡାକୁ ଉଷୁମେଇଥାଆନ୍ତି । ଯଦ୍ଵାରା ଶିଶୁଟି ଅଣ୍ଡାରୁ ସହଜରେ ବାହାରିପାରିବ । କିନ୍ତୁ କଇଁଛ ଅଣ୍ଡା ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ବିବେଚନା କରାଯାଏ । ସୁଇଜରଲ୍ୟାଣ୍ଡର ବୈଜ୍ଞାନିକ ଗାବ୍ରିଏଲ୍ ଜର୍ଜିଭିଚ୍ କୋହେନ୍ ଦୀର୍ଘ ସମୟ ଧରି କଇଁଛ ଅଣ୍ଡା ଉପରେ ଗବେଷଣା କରିଛନ୍ତି । ଗବେଷଣା ସମୟରେ ଏକ ବିଶେଷ ମାଇକ ସାହାର୍ଯ୍ୟରେ ଗାବ୍ରିଏଲ୍ ଜାଣିବାକୁ ପାଇଥିଲେ ଯେ, ଅଣ୍ଡା ଭିତରୁ ହିଁ କଇଁଛ କଥା କହୁଛି ।

ତେବେ କଇଁଛ ଛୁଆଟି ଅଣ୍ଡା ଭିତରେ ଏକ ପ୍ରକାର ଗୀତ ଗାଉଛି ବୋଲି ଦାବି କରିଛନ୍ତି ଗାବ୍ରିଏଲ୍ । ଗାବ୍ରିଏଲ ତାଙ୍କ ଗବେଷଣାରେ ଜାଣିବାକୁ ପାଇଥିଲେ ଯେ, ଏହି ପ୍ରାଣୀମାନେ ସେମାନଙ୍କର ନିଶ୍ୱାସ ମାଧ୍ୟମରେ ପରସ୍ପର ସହିତ ଯୋଗାଯୋଗ କରନ୍ତି । ସେ ଅଣ୍ଡା ଭିତରୁ ଯେଉଁ ଗୀତ ଗାଆନ୍ତି ତା’ର ଅର୍ଥ ‘ସେ ବି ପରବର୍ତ୍ତି ସମୟରେ ଏପରି ଅଣ୍ଡା ଦେବେ’ ବୋଲି କହିଛନ୍ତି ବୈଜ୍ଞାନିକ । ଅଣ୍ଡା ଭିତରେ ଥିବା ଶିଶୁ କଇଁଛମାନେ ନିଜ ମା ସହିତ ଯୋଗାଯୋଗ କରିବା ପାଇଁ ଏହିପରି ଶବ୍ଦ କରନ୍ତି। ତେବେ କୌଣସି ସାଧାରଣ ଲୋକ ସେହି ଶବ୍ଦକୁ ସାଧାରଣ ଭାବରେ ଶୁଣିପାରିବେ ନାହିଁ । ଏଥିପାଇଁ ଏକ ସ୍ଵତନ୍ତ୍ର ମାଇକର ଆବଶ୍ୟକ ରହିଛି ବୋଲି କହିଛନ୍ତି ଗାବ୍ରିଏଲ । ଅଧିକ ବିବରଣୀ ପାଇଁ ବୈଜ୍ଞାନିକମାନେ ଏବେବି ଅନୁସନ୍ଧାନ ଜାରି ରଖିଛନ୍ତି ।

Comments are closed.