Latest Odisha News

BREAKING NEWS

‘X’ ଆଣିଲା ନୂଆ ଫିଚର୍; ଏଣିକି ୟୁଜର୍ସ କରିପାରିବେ ଭିଡିଓ ଓ ଅଡିଓ କଲ୍

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ବଡ଼ ଘୋଷଣା । ‘X’ରେ ହେଲା ବଡ଼ ପରିବର୍ତ୍ତନ । ଏଣିକି ଏକ୍ସରେ ହୋଇପାରିବ ଅଡିଓ ଓ ଭିଡିଓ କଲ୍ । ସାଧାରଣତଃ ଲୋକ ମାନେ ଅଡିଓ ଏବଂ ଭିଡିଓ କଲିଂ ପାଇଁ ମେଟାର ହ୍ୱାଟ୍ସଆପ୍ ବ୍ୟବହାର କରିଥାନ୍ତି । ଏଥିପାଇଁ ହ୍ୱାଟ୍ସ ଆପ୍ ସବୁଠାରୁ ଲୋକପ୍ରିୟ ଆପ୍ ହୋଇପାରିଛି । କିନ୍ତୁ ବର୍ତ୍ତମାନ ଏଲନ୍ ମସ୍କ ମଧ୍ୟ ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ରେ ଏହି ସୁବିଧା ଯୋଗାଇବାକୁ ଯାଉଛନ୍ତି । ଏନେଇ ଏଲନ୍‌ ମସ୍କ ନିଜେ ଘୋଷଣା କରିଛନ୍ତି ।

ତେବେ ବର୍ତ୍ତମାନ ଏହାର ପରୀକ୍ଷାମୂଳକ ଭାବେ ଆରମ୍ଭ କୀରାଯାଇଥିବାବେଳେ ଖୁବଶୀଘ୍ର ସମସ୍ତ ୟୁଜର୍ସ ଏହାର ବ୍ୟବହାର କରିପାରିବେ । ଅଗଷ୍ଟ ମାସରେ କମ୍ପାନୀ ସିଇଓ ଲିଣ୍ଡା ୟକାରିନୋ କହିଥିଲେ ଳ ଖୁବଶୀଘ୍ର ‘ଏକ୍ସ’ ବ୍ୟବହାରକାରୀ ବିନା ତାଙ୍କ ନମ୍ବର ଶେୟାର କରି ଭିଡିଓ ଓ ଅଡିଓ କଲ୍‌ କରିପାରିବେ । ବର୍ତ୍ତମାନ ଏହି ଫିଚର୍ସ ଆରମ୍ଭ କରିସାରିଲାଣି ଟ୍ବିଟର୍‌ ।

ତେବେ ଅଡିଓ ଭିଡିଓ କଲ୍‌ ପାଇଁ ବ୍ୟବହାରକାରୀଙ୍କୁ ମାନୁଆଲଇ ସେଟିଂ କରିବାକୁ ପଡ଼ିବ । ଏନେଇ ସେଟିଂକୁ ଯାଇ ପ୍ରାଇଭେସି ଆଣ୍ଡ ସେଫ୍‌ଟି ଅପ୍‌ସନକୁ ଯିବାକୁ ପଡ଼ିବ । ସେଠାରେ ଡାଇରେକ୍ଟ ମେସେଜରେ କ୍ଲିକ୍‌ କରି ‘ଏନାବୁଲ୍‌ ଅଡିଓ ଆଣ୍ଡ ଭିଡିଓ କଲିଂ’ ଅପସନ୍ ଅନ୍‌ କରିବାକୁ ପଡ଼ିବ । ଏହାପରେ ଆପଣ ଉକ୍ତ ୟୁଜର୍ସ ସହ ବିନା ନମ୍ବର ଶେୟାର କରି ଅଡିଓ ଓ ଭିଡିଓ କଲ୍‌ କରିପାରିବେ । ବର୍ତ୍ତମାନ ‘ios’ ମୋବାଇଲ୍‌ରେ ଏହି ଫିଚର୍ସ ଡିଫଲ୍ଟ ଭାବେ ଉପଲବ୍ଧ । ଖୁବଶୀଘ୍ର ସମସ୍ତେ ଏହାର ଲାଭ ଉଠାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

 

Comments are closed.