Latest Odisha News

BREAKING NEWS

ଅନଲାଇନ ପ୍ରେମରୁ ବିବାହ ମଣ୍ଡପ, ୧୫୦ ବରଯାତ୍ରୀଙ୍କୁ ଧରି ହଟହଟା ଏନଆରଆଇ ବର

ଚଣ୍ଡିଗଡ: ବେଳେ ଫେସବୁକ୍, ଇନଷ୍ଟାଗ୍ରାମ, ହ୍ବାଟ୍ସ୍ ଆପରେ ଅଜଣା ଝିଅଙ୍କ ସହିତ ବନ୍ଧୁତା ହୁଏ। ତା’ପରେ ଯଦି ବନ୍ଧୁତା ପ୍ରେମରେ ପରିଣତ ହୁଏ ଏବଂ ବିବାହ ସ୍ଥିର ହୋଇଯାଏ ତେବେ ତୁମର ଜୀବନରେ ପ୍ରେମ ସଫଳ ହେଲା ବୋଲି ଭ୍ରମରେ ରୁହନାହିଁ। କାରଣ ଧୋକା ମଧ୍ଯ ମିଳିପାରେ।

ପଞ୍ଜାବର ଜଲନ୍ଧର ଜିଲ୍ଲାରେ ଜଣେ NRIଙ୍କ ସହିତ ଏଭଳି ଘଟିଛି। ଜିଲ୍ଲାର ଜଣେ ଏନଆରଆଇ ଦୀପକ ତାଙ୍କ ଇନଷ୍ଟାଗ୍ରାମ ବନ୍ଧୁଙ୍କୁ ବିବାହ କରିବା ପାଇଁ ବରଯାତ୍ରୀ ନେଇ ମୋଗାରେ ପହଞ୍ଚିଥିଲେ।ଯେତେବେଳେ ସେ ବରଯାତ୍ରୀଙ୍କୁ ଧରି ବିବାହ ପାଇଁ ପହଞ୍ଚିଲେ, ସେତେବେଳେ ସେ ନା କନ୍ଯା ପକ୍ଷଙ୍କୁ ପାଇଲେ ନା ବିବାହ ମଣ୍ଡପ। ଅନେକ ଚେଷ୍ଟା ପରେ ମଧ୍ୟ କନ୍ଯାକୁ ନପାଇଲା ପରେ ତାଙ୍କୁ ଖାଲି ହାତରେ ଫେରିବାକୁ ପଡିଥିଲା। ଖର୍ଚ୍ଚ ସହିତ ତାଙ୍କ ପରିବାରର ସମ୍ମାନହାନୀ ହୋଇଥିବାରୁ ଦୀପକ ନ୍ୟାୟ ପାଇଁ ପୋଲିସର ଦ୍ବାରସ୍ତ ହୋଇଛନ୍ତି।

ଦୀପକଙ୍କ ଅଭିଯୋଗ ଅନୁସାରେ ସେ ଗତ ୬ ବର୍ଷ ଧରି ଦୁବାଇରେ କାମ କରୁଛନ୍ତି। ଚାରି ବର୍ଷ ପୂର୍ବେ ଇନଷ୍ଟାଗ୍ରାମରେ ସେ ମୋଗାର କୋଟ ମୋହାଲାରେ ରହୁଥିବା ଝିଅ ମନପ୍ରୀତ କୌରଙ୍କ ସହ ବନ୍ଧୁ ହୋଇଥିଲେ। ପରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା ଏବଂ ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଏକ ମାସ ପୂର୍ବରୁ ଦୁବାଇରୁ ଫେରି ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଡିସେମ୍ବର ୬ରେ ସେ ବରଯାତ୍ରୀଙ୍କ ସହିତ ମୋଗାରେ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ତାଙ୍କୁ କୁହାଯାଇଥିବା ବିବାହ ମଣ୍ଡପ ମିଳିନଥିଲା। ଏପରିକି ସେମାନଙ୍କୁ ନେବା ପାଇଁ କନ୍ଯା ପକ୍ଷରୁ ମଧ୍ଯ କେହି ଆସିନଥିଲେ।

Comments are closed.