Latest Odisha News

BREAKING NEWS

ଦୁର୍ଗୁଣ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ଜଣେ ମହାଜନ କୌଣସି ସ୍ଥାନକୁ ଯାଉଥିଲେ । ବାଟରେ ସେ ବିଶ୍ରାମ ନେବାକୁ ଅଟକିଲେ । ସେ ଏକ ଗଛ ତଳେ ଶୋଇବା ସମୟରେ ଏକ ସ୍ୱପ୍ନ ଦେଖିଲେ । ଜଣେ ବ୍ୟବସାୟୀ ରାସ୍ତାରେ ପାଞ୍ଚଟି ଗଧ ଉପରେ ବଡ ବଡ ବସ୍ତା ନେଇ ଯାଉଛନ୍ତି । ବସ୍ତା ଗୁଡ଼ିକ ଅତ୍ୟଧିକ ଭାରୀ, ଯାହାକୁ ଗଧମାନେ ବହନ କରିବାକୁ ସକ୍ଷମ ହେଉ ନ ଥିଲେ ।

ମହାଜନ ସ୍ୱପ୍ନରେ ବ୍ୟବସାୟୀଙ୍କୁ ପଚାରିଲେ-

ତୁମେ ଏହି ବସ୍ତାରେ କେଉଁ ଜିନିଷ ରଖିଛ? ଯାହାକୁ ଗଧମାନେ ବହନ କରିବାକୁ ସକ୍ଷମ ନୁହଁନ୍ତି ?

ବ୍ୟବସାୟୀ ଜଣକ ଉତ୍ତର ଦେଲେ- ଏଗୁଡିକ ମଣିଷ ଦ୍ୱାରା ବ୍ୟବହୃତ ଜିନିଷରେ ପରିପୂର୍ଣ୍ଣ । ଏଗୁଡିକ ବିକ୍ରୟ କରିବାକୁ ବଜାରକୁ ନେଉଛି ।

ମହାଜନ ପଚାରିଲେ- ଏହି ଜିନିଷ ଗୁଡିକ କ’ଣ ? ମୋତେ ଟିକେ ମଧ୍ୟ ଜଣାନ୍ତୁ?

ବ୍ୟବସାୟୀ କହିଲେ – ତୁମେ ଦେଖୁଥିବ ପ୍ରଥମ ଗଧ ଉପରେ ଯନ୍ତ୍ରଣା ଏବଂ ନିର୍ଯ୍ୟାତନା ଅଛି ।

ମହାଜନ ପଚାରିଲେ- କିଏ ନିର୍ଯ୍ୟାତନା କିଣିବ?

ବ୍ୟବସାୟୀ କହିଲେ – ଏହାର କ୍ରେତା ରାଜା – ମହାରାଜା ଏବଂ କ୍ଷମତାରେ ଥିବା ବ୍ୟକ୍ତି । ଏହା ବହୁତ ଅଧିକ ମୂଲ୍ୟରେ ବିକ୍ରି ହୁଏ ।

ମହାଜନ ପଚାରିଲେ – ଦ୍ୱିତୀୟ ଗଧ ଉପରେ ଲଦା ହୋଇଥିବା ବସ୍ତାରେ କଣ ଅଛି ?

ବ୍ୟବସାୟୀ କହିଲେ – ଏଥିରେ ଅହଂକାର ଏବଂ ଏହାର କ୍ରେତା ପଣ୍ଡିତ ଏବଂ ବିଦ୍ୱାନ ।

ତୃତୀୟ ଗଧରେ କ’ଣ ଅଛି ଏବଂ ଏହାର ଗ୍ରାହକ କେଉଁମାନେ?

ଏଥିରେ ଈର୍ଷା ଅଛି, ଏବଂ ଏହାର ଗ୍ରାହକ ଧନୀ ବ୍ୟକ୍ତି । ଯେଉଁମାନେ ପରସ୍ପରର ପ୍ରଗତି ଦେଖି ପାରନ୍ତି ନାହିଁ ।

ମହାଜନ ପଚାରିଲେ – ଚତୁର୍ଥ ବସ୍ତାରେ କଣ ଅଛି ?

ବ୍ୟବସାୟୀ ଜଣକ କହିଲେ- ଏଥିରେ ବେଇମାନ ବା ଅସାଧୁରେ ପରିପୂର୍ଣ୍ଣ । ଏହାର ଗ୍ରାହକମାନେ ସେହି ବ୍ୟବସାୟୀ ଯେଉଁମାନେ ବଜାରରେ ଜାଲିଆତି କରି ବିକ୍ରିର ଲାଭ ଉଠାନ୍ତି । ସେଥିପାଇଁ ଏହାର କ୍ରେତାମାନେ ମଧ୍ୟ ବଜାରରେ ପ୍ରସ୍ତୁତ ଅଛନ୍ତି ।

ମହାଜନ ପଚାରିଲେ- ଶେଷ ଗଧଟିରେ କଣ ଅଛି?

ବ୍ୟବସାୟୀ ଉତ୍ତର ଦେଲେ- ଏହି ବସ୍ତାରେ ଛଳ, କପଟ । ମହିଳାଙ୍କ ମଧ୍ୟରେ ଏହାର ଚାହିଦା ବହୁତ ଅଧିକ । ଯେଉଁମାନଙ୍କର ଘରେ କୌଣସି କାମ କରନ୍ତି ନାହିଁ, ସେହିମାନେ ପ୍ରତାରଣାର ସାହାରା ନେଇ ଏହାକୁ ବ୍ୟବହାର କରନ୍ତି । ମହାଜନ ଜାଗି ଉଠିଲେ । ସ୍ୱପ୍ନରେ ସେ ତାଙ୍କର ଅନେକ ପ୍ରଶ୍ନର ଉତ୍ତର ପାଇଲେ ।

ପ୍ରକୃତପକ୍ଷରେ ସେହି ବ୍ୟବସାୟୀ ନିଜେ ଶୟତାନ ଥିଲେ । ଯିଏ ଦୁନିଆରେ ମନ୍ଦ ପ୍ରଚାର କରୁଥିଲେ ଏବଂ ଏହାର ଶିକାର ଦୁର୍ବଳ ମାନସିକତା ଏବଂ ସ୍ୱାର୍ଥପର ଲୋକ ହୁଅନ୍ତି । ଶୟିତାନର ଶିକାର ନ ହେବାର ଏକମାତ୍ର ଉପାୟ ହେଉଛି… ଈଶ୍ୱରଙ୍କ ଉପରେ ପ୍ରକୃତ ବିଶ୍ୱାସ ରଖିବା । ମନକୁ ଦୃଢ ରଖିବା । ଦୁର୍ଗୁଣକୁ ତ୍ୟାଗ କରି ନିଜ ଜୀବନରେ କେଉଁ ସୁଗୁଣ ଗୁଡିକ ଅନ୍ତର୍ଭୁକ୍ତ କଲେ ଆମ ଜୀବନ ଭଲ ହେବ ତାହାକୁ ଦେଖିବା….।

Leave A Reply

Your email address will not be published.