Latest Odisha News

BREAKING NEWS

ବାଦଲଗିରି ଜଳପ୍ରପାତ ନିଷିଦ୍ଧାଞ୍ଚଳ ଘୋଷିତ; ଜାଣନ୍ତୁ କାହିଁକି

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ବଣାଇ ସବ-ଡିଭିଜନ ଗୁରୁଣ୍ଡିଆ ବ୍ଲକର ସପଲତା ଗ୍ରାମ ନିକଟସ୍ଥ ବାଦଲଗିରି ଜଳପ୍ରପାତକୁ ଶନିବାର ଦିନ ଏକ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ବଣାଇ ସବ୍-କଲେକ୍ଟର ପ୍ରଦିପ କୁମାର ଡାଙ୍ଗ କହିଛନ୍ତି ଯେ ଏହା ମଧ୍ୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ନିର୍ଦ୍ଦେଶ ଜାରି କରାଯାଇଛି।

ଏହି ଅଞ୍ଚଳରେ ଲୋକଙ୍କ ପ୍ରବେଶକୁ ନେଇ କଡା ନଜର ରଖିବାକୁ ସ୍ଥାନୀୟ ପୋଲିସ ଏବଂ ବନ ଅଧିକାରୀଙ୍କୁ କୁହାଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଦୁଇଜଣ ଇଞ୍ଜିନିୟରିଂ ଛାତ୍ର ଜଳପ୍ରପାତରେ ଗାଧୋଇବାବେଳେ ବୁଡ଼ି ଯାଇଥିଲେ। ଏହା ପରେ ସ୍ଥାନୀୟ ଲୋକେ ଏହି ସ୍ଥାନକୁ ଏକ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିବାକୁ ଦାବି କରିଥିଲେ। ବଣାଇ ଡିଏଫଓ ସହ ଆଲୋଚନା ପରେ ଆମେ ଏହି ସ୍ଥାନ ବନ୍ଦ କରିଛୁ ବୋଲି ଶ୍ରୀ ଡାଙ୍ଗ କହିଛନ୍ତି।

Leave A Reply

Your email address will not be published.