ଭୁବନେଶ୍ୱର: ୧୩ ବର୍ଷରୁ କମ ଜାତୀୟ ବ୍ୟାଡମିଂଟନ ଚାମ୍ପିୟନଶିପରେ ଓଡିଶାର ତନଭି ପତ୍ରୀ ଚମତ୍କାର ପ୍ରଦର୍ଶନ କରି ଟାଇଟଲ ଜିତିଛନ୍ତି । ଲକ୍ଷ୍ନୌରେ ଏହି ଚାମ୍ପିୟନଶିପ ଆୟୋଜିତ ହେଉଥିଲା । ରିପୋର୍ଟ ମୁତାବକ ଟାଇଟଲ ସହ ତନଭୀ ୬୦ ହଜାର ପୁରସ୍କାର ରାଶି ମଧ୍ୟ ହାସଲ କରିଛନ୍ତି । ବାଙ୍ଗାଲୋରର ପ୍ରକାଶ ପାଦୁକୋନ ବ୍ୟାଡମିଂଟନ ଏକାଡେମୀରେ ଏବେ ସେ ପ୍ରଶିକ୍ଷଣ ନେଉଛନ୍ତି । ଫାଇନାଲରେ ସେ ଦିବ୍ୟାଶିଂ ଗୌତମଙ୍କୁ ୨୧-୭, ୨୧-୧୦ ଗେମରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ କରିବାକୁ ତାଙ୍କୁ ୨୨ ମିନିଟ ସମୟ ଲାଗିଥିଲା । ଚଳିତ ମାସ ଆରମ୍ଭରେ ସେ ମହାରାଷ୍ଟ୍ରରେ ଅନୁଷ୍ଠିତ ଚାମ୍ପିୟନଶିପରେ ମଧ୍ୟ ଟାଇଟଲ ହାସଲ କରିଥିଲେ ।
ତନଭୀ ଚୀନରେ କିଛି ଦିନ ରହିବା ସହ ଚାଇନିଜ କୋଚ ଜିଆଙ୍ଗ ୟଙ୍ଗ ୟିଙ୍କ ନିକଟରେ ମଧ୍ୟ ପ୍ରଶିକ୍ଷଣ ନେଉଛନ୍ତି । ତନଭୀଙ୍କ ବାପା ରବିନାରାୟଣ ପତ୍ରୀ ସେଠାରେ ପ୍ରଫେଶନାଲ ସଫ୍ଟୱେୟାର ଭାବେ କାର୍ଯ୍ୟରତ ।
Comments are closed.