Latest Odisha News

BREAKING NEWS

ବଗଲା ପାଇଁ ବିଜେପିର ପଦଯାତ୍ରା

ପୁରୀ: ବଗଲା ଧର୍ମଶାଳା ପାଇଁ ବିଜେପିର ବିରାଟ ପଦଯାତ୍ରା । ବଗଲା ଧର୍ମଶାଳା ବିକ୍ରିକୁ ବିରୋଧ କରି ବିଜେପି ପକ୍ଷରୁ ୨୭ ଦିନ ଧାରଣାରେ ବସିବା ପରେ ଆଜି ଏକ ଶୋଭଯାତ୍ରା ବାହାରିଛି । ପଦଯାତ୍ରାରେ ପୁରୀରୁ ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବାକୁ ଆସୁଛନ୍ତି । ସିଂହଦ୍ୱାରଠାରୁ ପଦଯାତ୍ରା ଆରମ୍ଭ ହୋଇ ନବୀନ ନିବାସ ଯାଏଁ ବାହାରିଛି ।

ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଲାଗି ପୁରୁଣା ଜେଲ୍ ଜମିକୁ ଡାକ୍ତରଖାନା ସହ ମିଶାଇବା ପାଇଁ ମଧ୍ୟ ବିଜେପି ଦାବିପତ୍ର ଦେବ । ଏହି ପଦଯାତ୍ରାରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.