Latest Odisha News

BREAKING NEWS

ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଚିକିତ୍ସିତ ହେଉଥିବା ଜଣେ ଆହତଙ୍କର ମୃତ୍ୟୁ

କଟକ: ଭୟଙ୍କର ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ହେଲେ ବିହାର ବାସିନ୍ଦା ୧୭ ବର୍ଷୀୟ ପ୍ରକାଶ ରାମ। ଗୁରୁତର ଆହତ ହୋଇ ଏକଟକ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ ପ୍ରକାଶ। ଆସିୟୁରେ ତାଙ୍କର ଚିକିତ୍ସିତ ଚାଲିଥିଲା। ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି କଟକ ଏସସିବି ମେଡିକାଲର କୁଳ ସଚିବ ଡକ୍ଟର ଅବିନାଶ ରାଉତ।

ଅଭିରାମଙ୍କର ମୃତ୍ୟୁକୁ ମିଶାଇ ଏସସିବିରେ ଚିକିତ୍ସିତ ଅବସ୍ଥାରେ ଦୁଇ ଆହତଙ୍କର ମୃତ୍ୟ ହେଲାଣି। ଏହା ପୂର୍ବରୁ ମଧ୍ୟ ବିହାର ବିଜୟ ପାଶୱାନ ନାମକ ଜଣେ ଆହତଙ୍କର ଚିକିତ୍ସାଧୀନ ଅଵସ୍ଥାରେ ଏସ୍‌ସିବିରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଦିନ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମୃତକ ବିଜୟଙ୍କର ସ୍ଲାଇନାଲ ଇଞ୍ଜୁରୀ ଥିବାରୁ ଏସସିବିର ସେଣ୍ଟ୍ରାଲ ଆଇସିୟୁରେ ରଖି ତାଙ୍କର ଚିକିତ୍ସା କରାଯାଉଥିଲା। ହେଲେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏସ୍‌ବିରେ ଦୁଇ ମୃତକଙ୍କୁ ମିଶାଇଲେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିଛି। ମୃତକ ଦୁଇ ଜଣଙ୍କୁ ମିଶାଇଲେ ମୋଟ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି।  ବିଭିନ୍ନ ସ୍ଥାନରେ ଆହୁରି ପ୍ରାୟ କେତେକ ଲୋକଙ୍କର ଚିକିତ୍ସା ଜାରି ରହିଛି।

ସୂଚନା ଥାଉକି ଜୁନ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ବାଲେଶ୍ୱର ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ୍‌, ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ୍‌ ଓ ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୦୦୦ରୁ ଅଧିକ ଆହତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୯୦ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ସିବିଆଇ ତଦନ୍ତ ଜାରି ରହିଛି।

ସେପଟେ ଗତକାଲି (ଗୁରୁବାର) ଦକ୍ଷିଣପୂର୍ବ ରେଳବାଇର ଅତିରିକ୍ତ ଜେନେରାଲ ମ୍ୟାନେଜର(ଏଜିଏମ) ଅତୁଲ୍ୟ ସିହ୍ନାଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ପ୍ରାୟ ଦୁଇ ସପ୍ତାହ ପରେ ରେଳବାଇ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ଜାରି ରହିଥିବା ବେଳେ ବାହାନଗା ଷ୍ଟେସନ ବଜାରର ଷ୍ଟେସନ ମାଷ୍ଟର ସମେତ ୧୨ ଜଣ ସ୍କାନରରେ ରହିଛନ୍ତି। ହେଲେ ଏପର୍ଯ୍ୟନ୍ତ କାହାକୁ ବି ଗିରଫ କରାଯାଇ ନାହିଁ।

କୋଲକାତାସ୍ଥିତ ଦକ୍ଷିଣ ପୂର୍ବ ରେଳବାଇର ଅତିରିକ୍ତ ଜେନେରାଲ ମ୍ୟାନେଜର ଅତୁଲ୍ୟ ସିହ୍ନାଙ୍କୁ ପଦରୁ ହଟାଇବା ପରେ ତାଙ୍କୁ ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାରେ ଥିବା ଚିତ୍ତରଞ୍ଜନ ଲୋକୋମୋଟିଭ ୱାକର୍ସ ଫ୍ୟାକ୍ଟ୍ରି ପ୍ରିନ୍ସିପାଲ ଚିଫ୍ ମେକାନିକାଲ ଇଞ୍ଜିନିୟର ଭାବେ ନିଯୁକ୍ତ କରିଯାଇଛି। ଏହି ପଦବୀ ଉଚ୍ଚ ପ୍ରଶାସନିକ ଗ୍ରେଡ୍ (ଏଚଏଜି)ରାଙ୍କରେ ହୋଇଥିଲେ ମଧ୍ୟ ତାହା କମ୍ ଗୁରୁତ୍ୱବହନ କରୁଥିବା ପଦବୀ ଭାବେ ବିବେଚିତ ହୋଇଥାଏ। ଏହା ଟ୍ରେନ୍‌ ଦୁର୍ଘଟଣାର ପ୍ରଥମ କାର୍ଯ୍ୟାନୁଷ୍ଠାନ ବୋଲି ଚର୍ଚ୍ଚା ହେଉଛି।

ତେବେ ରେଳବାଇ ପକ୍ଷରୁ ତାଙ୍କର ବଦଳି ସମ୍ପର୍କରେ କୌଣସି କାରଣ ଦର୍ଶାଯାଇନି,କିନ୍ତୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଶ୍ରୀ ସିହ୍ନାଙ୍କ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇଛି ବୋଲି ସୂଚନା ମିଳିଛି।

ସୂଚନା ଥାଉକି ଦୁର୍ଘଟଣାରେ ଏବେବି ୮୧ ଜଣ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇନାହିଁ। ଭୁବନେଶ୍ୱରସ୍ଥିତ ଏମ୍ସ ଏହି ମୃତଦେହ ରଖାଯାଇଛି। ୮୧ ମଧ୍ୟରୁ ୭୫ ଜଣଙ୍କର ଦାବିଦାର ଚିହ୍ନଟ ହୋଇଥିଲେ ବି ତାଙ୍କ ପ୍ରିୟଜନଙ୍କ ଡିଏନଏ ନମୂନା ସଂଗ୍ରହ କରାଯାଇ ଦିଲ୍ଲୀ ପଠାଯାଇଥିବା ଜଣାପଡ଼ିଛି। ରିପୋର୍ଟ ଆସିଲେ ମୃତଦେହ ହସ୍ତାନ୍ତର ହେବ ବୋଲି ସୂଚନା ମିଳିଛି।

 

Comments are closed.