ଭୁବନେଶ୍ୱର: ଯେତେୂବେଳେ ଭାଗ୍ୟ ଓ ଭଗବାନ ସାଥ ଦେବେ ସେତେବେଳେ ଚମତ୍କାର ହଁ ହୁଏ। ସେ ଯେତେବଡ ଦୁର୍ଘଟଣା ହେଉ ନା କାହିଁକି ଏଠି ଜିତାପଟ ତାର ହୁଏ ଯାହା ଉପରେ ଭଗବାନଙ୍କ ଆଶୀର୍ବାଦ ଥାଏ। ଏଭଳି କିଛି ଘଟିଛି କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାର ଲୋକପାଇଲଟ ଓ ସହଯୋଗୀ ଲୋକପାଇଲଟଙ୍କ ସହ। ଏତେ ଲୋକ ଦୁର୍ଘଟଣାରେ କ୍ଷତବିକ୍ଷତ ହେବା ସହ ଯଦିଓ ପ୍ରାଣ ହରାଇଲେ କିନ୍ତୁ ଏହି ଦୁଇ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଏବେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି, ଅଲଗା ଅଲଗା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନର ବରିଷ୍ଠ ଡିଭିଜନାଲ କମର୍ସିଆଲ ମ୍ୟାନେଜର ରାଜେଶ କୁମାର ଆହତ ପକ୍ଷଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ଏହି ତାଲିକାରେ ଲୋକୋମୋଟିଭ୍ ପାଇଲଟ୍, ଆସିଷ୍ଟାଣ୍ଟ ଲୋକୋମୋଟିଭ୍ ପାଇଲଟ୍, କରମଣ୍ଡଳ ଏକ୍ସପ୍ରେସର ଗାର୍ଡଙ୍କ ସମେତ ହାଓ୍ୱଡା-ଯଶବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ୍ର ଡ୍ରାଇଭର ଓ ଗାର୍ଡଙ୍କ ନାମ ରହିଛି।
କରମଣ୍ଡଳ ଏକ୍ସପ୍ରେସର ଇଞ୍ଜିନ ଲୋକପାଇଲଟ ଗୁଣନିଧି ମହାନ୍ତି ଓ ତାଙ୍କ ସହଯୋଗୀ ହାଜରି ବେହେରା ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଏସଇଆରର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀଙ୍କ କହିବାନୁସାରେ, ଉଭୟ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସୋମବାର ସୁଦ୍ଧା ଗୁଣନିଧି ମହାନ୍ତିଙ୍କୁ ଆଇସିୟୁରୁ ସ୍ଥାନାନ୍ତର କରାଯାଇଥିବା ବେଳେ ହାଜିରା ବେହେରାଙ୍କ ମୁଣ୍ଡର ଅସ୍ତ୍ରୋପଚାରକୁ ଅପେକ୍ଷା କରାଯାଇଛି।
ଏହି ଚ୍ୟାଲେଞ୍ଜ ସମୟରେ ଲୋକପାଇଲଟଙ୍କ ପରିବାର ଲୋକେ ଅସୁରକ୍ଷିତ ମଣୁଛନ୍ତି ବୋଲି କହିଛନ୍ତି। ବ୍ୟକ୍ତିଗତ ଗୋପନୀୟତା ପାଇଁ ଅପିଲ କରିଛନ୍ତି। ଦୁର୍ଘଟଣାରେ ଏତେ ଲୋକଙ୍କ ଜୀବନ ଯାଇଛି ପରିବାର ଲୋକ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ଏପରି ସ୍ଥିତିରେ ଉଭୟ ଶାରିରୀକ ଓ ମାନସିକ ଭାବେ ସୁସ୍ଥ ହେବାକୁ ସମୟ ଲାଗିବ ବୋଲି ସେ କହିଛନ୍ତି।
ଏହି ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ଜୀବନ ଯାଇଛି ଏବଂ ପ୍ରାୟ ହାଜରେ ଲୋକ ଆହତ ହୋଇଛନ୍ତି। ତେବେ ଏହି ରେଳବାଇ ବୋର୍ଡର ପ୍ରାଥମିକ ତଦନ୍ତରୁ ମିଳିଥିବା ତଥ୍ୟ କିଛିଟା ଆଶ୍ୱସ୍ତି ଦେଇଛି। କରମଣ୍ଡଳ ଏକ୍ସପ୍ରେସ୍ ଅଧିକ ବେଗରେ ନ ଚାଲିନଥିଲା ଯାହା ଲୋକପାଇଲଟଙ୍କ ପାଇଁ ଗୋଟିଏ ବଡ ଆଶ୍ୱସ୍ତିକର କଥା। ସିଗନାଲ ବା ଇଣ୍ଟରଲକିଂରେ ତ୍ରୁଟି କଥା ବିଚାର କରାଯାଉଥିବାରୁ ଲୋକପାଇଲଟ ଏବେ ଦୁର୍ଘଟଣାର ସନ୍ଦେହରୁ ଦୂରରେ ରହିଛନ୍ତି।
Comments are closed.