Latest Odisha News

BREAKING NEWS

ବାହାନଗା ଟ୍ରେନ ଦୁର୍ଘଟଣା, ୩ ରେଳ ଅଧିକାରୀଙ୍କୁ ସିବିଆଇ ଉଠାଇ ନେଇଛି!

ବାହାନଗା: ଜୁନ ୨ ତାରିଖରେ ଘଟିଥିବା ବାହାନଗା ଟ୍ରେନ ଦୁର୍ଘଟଣାରେ ତଦନ୍ତ କରୁଥିବା ସିବିଆଇ ତିନି ଜଣଙ୍କୁ ଉଠାଇ ନେଇଛି। ଘଟଣାକୁ ୧୧ ଦିନ ପୁରିଥିବା ବେଳେ ଏବେ ୩ ଜଣଙ୍କୁ ସିବିଆଇ ଉଠାଇ ନେଇଥିବା ଚର୍ଚ୍ଚା ହେଉଛି। ରେଲଓ୍ବେ ସେଫଟି କମିଶନର ଏବଂ ସିବିଆଇ ଉଭୟ ଏହି ମାମଲାରେ ତଦନ୍ତ କରୁଛନ୍ତି।

BjdElectrycity

ମିିଳିଥିବା ସୂଚନା ଅନୁଯାୟୀ ତିନି ଜଣଙ୍କୁ ସିବିଆଇ ଅଜ୍ଞାତ ସ୍ଥାନକୁ ନେଇଯାଇ ପଚରାଉଚାର କରିଥିବା ସୂଚନା ରହିଛି। ଜଣେ ଷ୍ଟେସନ ମାଷ୍ଟର ଏବଂ ଅନ୍ୟ ଜଣେ ଟେକ୍ନିନିସିଆନ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ସିବିଆଇ ଉଠାଇ ନେଇଥିବା କୁହାଯାଉଛି। କାହାର ଭୁଲ ପାଇଁ ଏତେ ବଡ ଦୁର୍ଘଟଣା ହେଲା ତାର ତଦନ୍ତ କରୁଛି ସିବିଆଇ। ଏହି ତିନି କର୍ମଚାରୀ ଦୁର୍ଘଟଣା ଦିନ ଉପସ୍ଥିତ ଥିଲେ କି ନାହିଁ ସ୍ପଷ୍ଟ ହୋଇନାହିଁ। କିନ୍ତୁ ‘ଷ୍ଟେସନ ମାଷ୍ଟର’ ଷ୍ଟେସନ ଦାୟିତ୍ୱରେ ଥିବାରୁ ତାଙ୍କୁ ଜେରା ପାଇଁ ନିଆଯାଇଥାଇପାରେ। ତଦନ୍ତ ବେଳେ ସିବିଆଇ ରେଳ ଅଧିକାରୀ ପେନାଲ ରୁମ୍ ସିଲ କରିଥିବା ବେଳେ ରେଳ କର୍ମଚାରୀଙ୍କ ମୋବାଇଲ ସିଲ୍ ହୋଇଛି। ସେହିପରି ଷ୍ଟେସନରେ କୌଣସି ଟ୍ରେନ ଏବେ ଅଟକିବ ନାହିଁ ବୋଲି ଜଣାପଡିଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସିବିଆଇ ଏହାର ତଦନ୍ତ ଜାରି ରଖିଥିବା ବେଳେ ଏବେ ସ୍ୱୟଂଚାଳିତ ସିଗନାଲ୍ ସିଷ୍ଟମର ସନ୍ଦିଗ୍ଧ ମାନୁଆଲ୍ ବାଇପାସ୍ ଉପରେ କେନ୍ଦ୍ରୀତ ହୋଇଛି। ଦୁର୍ଘଟଣା ପୂର୍ବରୁ କୌଣସି କାରଣରୁ ସ୍ୱୟଂଚାଳିତ ସିଗନାଲିଂ ସିଷ୍ଟମ ଟାମ୍ପରିଂ ହୋଇଛି କି ନାହିଁ ତାହା ତଦନ୍ତକାରୀ ଅଧିକାରୀମାନେ ବର୍ତ୍ତମାନ ଜାଣିବାକୁ ଚେଷ୍ଟା କରୁଛନ୍ତି। ଟ୍ରେନ୍ କେଉଁ ଟ୍ରାକ୍ ଦେଇ ଯିବ ତାହା ସ୍ୱୟଂଚାଳିତ ସିଗନାଲ୍ ସିଷ୍ଟମ୍ ସ୍ଥିର କରିଥାଏ।

ସୂତ୍ରରୁ ପ୍ରକାଶ ଯେ ତଦନ୍ତକାରୀମାନେ ଜାଣିବାକୁ ପାଇଛନ୍ତି ଯେ ସେହି ଟ୍ରାକ୍ ଉପରେ ଏକ୍ସପ୍ରେସ ଟ୍ରେନ୍ ଯାଇଥିଲା ଯେଉଁଠାରେ ପୂର୍ବରୁ ମାଲଗାଡି ଛିଡା ହୋଇଥିଲା। ରେଳ ସୁରକ୍ଷା ଆୟୋଗର ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି ଯେ ରେଳ କର୍ମଚାରୀମାନେ ନିକଟସ୍ଥ ରେଲଓ୍ବେ କ୍ରସିଂ ବା ଫାଟକ ଦେଇ ଯିବାଆସିବା ବନ୍ଦ କରିବାରେ ବ୍ୟବହୃତ ତ୍ରୁଟିପୂର୍ଣ୍ଣ ସମସ୍ୟା ଯୋଗୁଁ ରେଳ କର୍ମଚାରୀମାନେ ସିଗନାଲ ସିଷ୍ଟମ୍କୁ ବାଇପାସ୍ କରିଥିଲେ ବା ଟାମ୍ପରିଂ କରିଥିଲେ। ଅର୍ଥାତ ନିଜକୁ ସୁହାଇଲାଭଳି ଏକ ବ୍ୟବସ୍ଥା ଆପଣାଇଥିଲେ। ତଦନ୍ତ କମିଶନର ତିନି ଅଧିକାରୀଙ୍କ ମଧ୍ୟରୁ ଦୁଇ ଜଣ ଏହିପରି ବିଶ୍ବାସ କରୁଛନ୍ତି। କିନ୍ତୁ ଗଣମାଧ୍ୟମରେ ସେମାନେ କହିବା ପାଇଁ ଅଧିକୃତ ନୁହେଁ ତେଣୁ ସେମାନେ ତାଙ୍କ ନାମ ଗୋପନ ରଖି ଏହି ସୂଚନା ଦେଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ଜୁନ୍ ୨ ରେ ବାହାନଗା ବଜାର ଷ୍ଟେସନରେ ଘଟିଥିବା ଏହି ଦୁର୍ଘଟଣାରେ ଅତି କମରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଏହି ଭୟଙ୍କର ଦୁର୍ଘଟଣାରେ ୧୦୦୦ ରୁ ଅଧିକ ଆହତ ହୋଇଛନ୍ତି। ଦୁଇ ଦଶନ୍ଧି ମଧ୍ୟରେ ଏହା ଦେଶର ସବୁଠାରୁ ଖରାପ ଟ୍ରେନ୍ ଦୁର୍ଘଟଣା।

Leave A Reply

Your email address will not be published.