Latest Odisha News

BREAKING NEWS

ବାହୁବଲୀ-୩ର ଟ୍ରେଲର ଲିକ୍ : ମୋଟା ମହିଳାଙ୍କୁ କାନ୍ଧରେ ଉଠାଇଲେ ଯୁବକ

ଆଜିକାଲି ସୋସିଆଲ ମିଡିଆ ଏକ ରୋଜଗାରର ମାଧ୍ୟମ ପାଲଟିଛି । ଆଉ ଯୁବପିଢି ଆକର୍ଷଣୀୟ କଣ୍ଟେଟ ପ୍ରସ୍ତୁତ କରି ଭିଡ଼ିଓ ବନାଉଛନ୍ତି ଏବଂ ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆପଣ ନିଶ୍ଚୟ ବାହୁବଲୀ ଫିଲ୍ମ ଦେଖିଥିବେ । ଏହି ଫିଲ୍ମରେ ହିରୋ ପାଣି ଭିତରୁ ଯେପରି ବିରାଟକାୟ ଶିବଲିଙ୍ଗକୁ ଉଠାଇଥିଲେ , ଠିକ୍ ସେମିତି ଜଣେ ଯୁବକ ପାଣି ଭିତରୁ ଜଣେ ମୋଟା ମହିଳାଙ୍କୁ କାନ୍ଧରେ ଉଠାଇ ଚାଲୁଥିବା ନଜର ଆସିଛନ୍ତି । ଆଉ ଏହି ଭିଡ଼ିଓକୁ ଦେଖି ଲୋକେ ହସି ହସି ବେଦମ ହୋଇପଡ଼ିଛନ୍ତି । ଯୁବକ ଜଣକ ବହୁତ ପତଳା ହୋଇଥିବାବେଳେ ମହିଳା ଜଣକ ବହୁତ ମୋଟା ଥିଲେ । କିନ୍ତୁ ଏହା ପରେ ମଧ୍ୟ ଯୁବକ ଜଣକ କାନ୍ଧରେ ମହିଳାଙ୍କୁ ଉଠାଇ ପାଣିରେ ଆରାମରେ ଚାଲୁଥିବାର ଦେଖାଯାଇଥିଲା ।

ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ, ଏହା ହେଉଛି ବାହୁବଲୀ ୩ ର ଟ୍ରେଲର, ଯାହା ଲିକ୍ ହୋଇଛି । ଏହି ଭିଡ଼ିଓକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଏହି ସମୟରେ ଅନେକ ଏହି ଯୁବକଙ୍କୁ ପ୍ରକୃତ ବାହୁବଲୀ ବୋଲି କହିଛନ୍ତି । ଅନେକ ଲୋକ ଏହା ଉପରେ ମଜାଳିଆ ମନ୍ତବ୍ୟ ବି ଦେଇଛନ୍ତି । ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଯଦି ମହିଳା ଜଣକ ପାଣିରେ ପଡ଼ନ୍ତି, ତେବେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ । ଆଉ କିଛି କହିଛନ୍ତି ଯେ, ଜଣେ ମହିଳାଙ୍କୁ କାନ୍ଧରେ ଆରାମରେ ଉଠାଇବା ସମସ୍ତଙ୍କ ସାମର୍ଥ୍ୟରେ ନାହିଁ ।

Comments are closed.