Latest Odisha News

BREAKING NEWS

ପୂନର୍ବାର ସସପେଣ୍ଡ ହେଲେ ବଜରଙ୍ଗ ପୂନିଆ

ନୂଆଦିଲ୍ଲୀ: ଭାରତର ଅଲିମ୍ପିକ ପଦକ ବିଜେତା ରେସଲର ବଜରଙ୍ଗ ପୂନିଆଙ୍କ ସମସ୍ୟା କମିବାରେ ନାମ ଧରୁନି । ରବିବାର ପୂନର୍ବାର ତାଙ୍କୁ ସସପେଣ୍ଡ କରାଯାଇଛି । ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି ତାଙ୍କୁ ନିଲମ୍ବନ କରିଛି । ପୂର୍ବରୁ କୌଣସି ଚାର୍ଜ ନୋଟିସ ଦିଆ ଯାଇ ନ ଥିବାରୁ ଆଂଟି ଡିସିପ୍ଲିନାରୀ ଡୋପିଂ ପ୍ୟାନେଲ ତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାର ୩ ସପ୍ତାହ ପରେ ପୂନର୍ବରେ ସସପେଣ୍ଡ କରିଛି । ମାର୍ଚ୍ଚ ୧୦ରେ ସୋନପତରେ ଅନୁଷ୍ଠିତ ଡୋପ ଟେଷ୍ଟ ଅବସରରେ ବଜରଙ୍ଗ ସାମ୍ପୁଲ ଦେବାକୁ ମନା କରି ଦେଇଥିଲେ ।

ପରେ ପରିଚାଳନା କମିଟି ତାଙ୍କୁ ଏଥିନେଇ ସସପେଣ୍ଡ କରିଥିଲା । ଏବେ ନ୍ୟାଶନାଲ ଆଂଟି ଡୋପିଂ ନିୟମ ୨୦୧୧ର ଧାରା ୨.୩ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିବାରୁ ଏବେ ସାମୟୀକ ଭାବେ ସସପେଣ୍ଡ କରାଯାଇଛି । ପୁନିଆ ୧୧ ଜୁଲାଇ ପର୍ଯ୍ୟନ୍ତ ଏହି ନିଷ୍ପତିକୁ ଚ୍ୟାଲେଞ୍ଜ କରିପାରିବେ କିମ୍ବା ଗ୍ରହଣ କରିପାରିବେ ।

Leave A Reply

Your email address will not be published.