Latest Odisha News

BREAKING NEWS

ନାଡାକୁ କୋର୍ଟକୁ ଭିଡିଲେ ବଜରଙ୍ଗ ପୂନିଆ

ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲର ଓ ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୂନିଆ ତାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧ ନେଇ ନାଡାକୁ କୋର୍ଟକୁ ଭିଡିଛନ୍ତି । ତାଙ୍କୁ ଅସ୍ଥାୟୀ ଭାବେ କରାଯାଇଥିବା ନିଲମ୍ବନ ଆଦେଶ ଉପରେ ନାଡା ପୂର୍ନବିଚାର କରୁ ବୋଲି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି । ଅକ୍ଟୋବରରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନ ରେସଲିଂ ଚାମ୍ପିୟନଶିପରେ ଅଂଶଗ୍ରହଣ କରିବା ପାଇଁ ସେ ଆଇନର ଆଶ୍ରୟ ନେଇଛନ୍ତି । ମାର୍ଚ୍ଚ ୧୦ରେ ସୋନପତରେ ଟ୍ରାଏଲ୍ସ ଅବସରରେ ବଜରଙ୍ଗ ତାଙ୍କ ୟୁରିନ ସାମ୍ପୁଲ ଦେବାକୁ ମନା କରି ଦେଇଥିଲେ । ପରେ ଏ ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ବଜରଙ୍ଗ ତାଙ୍କ ସ୍ପଷ୍ଟୀକରଣରେ ଉଲ୍ଲେଖ କରିଥିଲେ ଯେ, ଡୋପିଂ କଂଟ୍ରୋଲ ଅଧିକାରୀ ଏକ୍ସପାୟରୀ କିଟ ବ୍ୟବହାର କରିବାକୁ ଦେଇଥିଲେ । ଯାହା କି ୱାଡା ନିୟମର ଉଲ୍ଲଂଘନ । ୧୧ ଜୁଲାଇରେ ବଜରଙ୍ଗ ତାଙ୍କ ଉତର ରଖିଥିଲେ ମଧ୍ୟ ନାଡା ଏ ପର୍ଯ୍ୟନ୍ତ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରିନି । ବଜରଙ୍ଗ ଅସ୍ଥାୟୀ ଭାବେ ନିଲମ୍ବିତ ହୋଇଥିବାରୁ ବିଶ୍ୱଚାମ୍ପିୟନଶିପରେ ଅଂଶଗ୍ରହଣ କରିବା ନେଇ ସଂଶୟ ଲାଗି ରହିଛି ।

Comments are closed.